ମୟୁରଝାଲିଆ ଗ୍ରାମରୁ ୪୫ଟି ଛେଳି ଚୋରି ଘଟଣା

ନୟାଗଡ଼, ଚିରଞ୍ଜିବି ଦାଶ : ଚୋରି ତ ଚୋରି ପୁଣି ଛେଳି ଚୋରି, ଗୋଟିଏ କି ଦୁଇଟି ଛେଳି ନୁହେଁ ଏକାଥରେ ୪୫ରୁ ଅଧିକ ଛେଳି ଚୋରି କରିନେଇଛନ୍ତି ଚୋରମାନେ l ଏଭଳି ଘଟଣା ଘଟିଛି ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକର ମୟୁରଝାଲିଆ ଗ୍ରାମରେ l ସାରା ରାଜ୍ୟ ଲକଡାଉନ ନିୟମ ଯୋଗୁ ରାତିରେ ଲୋକ ଘରୁ ବାହାରୁ ନଥିବାବେଳେ ରାସ୍ତାରେ ଚାଲିଛି ପୋଲିସର କଡା ପାଟ୍ରୋଲିଙ୍ଗ, ହେଲେ ଗାଁ ଗହଳିରେ କଟକଣା ଟିକେ କୋହଳ ଥିବାରୁ ଏହାର ଫାଇଦା ଉଠାଇ ଚୋରମାନେ ଜାତୀୟ ରାଜପଥ ଛାଡି ଗାଁ ମୁହାଁ ହେଉଛନ୍ତି ଏବଂ ଚୋର ମାନେ ଭିନ୍ନ ଭିନ୍ନ ଚୋରିର ତରିକା ଆପଣାଉଛନ୍ତି l ସୂଚନା ଅନୁସାରେ ମୟୁରଝାଲିଆ ଗ୍ରାମର ମହେନ୍ଦ୍ର କଳସ ଛେଳି ଚାଷ କରି ନିଜର ଜୀବିକା ନିର୍ବାହ କରୁଥିଲେ l ସବୁଦିନ ଭଳି ଗତକାଲି ସେ ଛେଳି ଜଙ୍ଗଲରୁ ଚରାଇ ଆଣିବା ପରେ ଛେଳି ମାନଙ୍କୁ ଗୁହାଳରେ ରଖି ଗୁହାଳରେ ତାଲା ପକାଇ ଘରକୁ ଆସି ରାତିରେ ଖାଇ ପିଇ ଶୋଇପଡ଼ିଥିଲେ l ଏହାର ସୁଯୋଗ ନେଇ ଚୋର ମାନେ ମହେନ୍ଦ୍ର କଳସଙ୍କ ଗୁହାଳର ତାଲା ଭାଙ୍ଗି ତାଙ୍କର ଛୋଟ ବଡ଼ ୪୫ରୁ ଉର୍ଦ୍ଧ ହେବ ଛେଳି ଚୋରି କରିନେଇଥିଲେ l ସକାଳୁ ମହେନ୍ଦ୍ର ଗୁହାଳକୁ ଯାଇ ଦେଖିଲା ବେଳେକୁ ଗୁହାଳର କବାଟ ଖୋଲା ହେବାସହ ତାଙ୍କର ଛେଳି ଚୋରି ହୋଇଯାଇଥିଲା l ଏନେଇ ଚାଷୀ ମହେନ୍ଦ୍ର କଳସ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଘଟଣା ସ୍ଥଳରେ ଚାନ୍ଦପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି l

Comments are closed.