ଜୀବନ ବଞ୍ଚାଇବା ପାଇଁ ଚାଲିଛି ସଂଘର୍ଷ

ବାହାରୁଥିବା ପଥରଖଣ୍ଡକୁ ଝୁଡ଼ିରେ ଆଣି ବାହାରେ ପକାଇବାକୁ ପଡ଼ିବ। ତେବେ ସେମାନେ ପୂର୍ବରୁ ୬ଶହ ମିଲିମିଟର ଓସାର ଗାତରେ ପଶି ଖଣି ଖୋଳିଥିବା ପ୍ରକାଶ କରିଛନ୍ତି। ଏହି ମାଇନରମାନଙ୍କୁ ହେଲମେଟ, ୟୁନିଫର୍ମ, ମାସ୍କ ଓ ଚଷମା ଆଦି ପ୍ରଦାନ କରାଯାଇଛି।

ଜଣେ ରାଟ୍ ମାଇନର୍ କରିଛନ୍ତି ଯେ, ଯଦି ଆଗକୁ ମାଟି ଥାଏ ତେବେ ୧୦ ମିଟର ଖୋଳିବାକୁ ସେମାନଙ୍କୁ ୨୪ ଘଣ୍ଟା ଲାଗିବ। ବାଟରେ ପଥର ପଡ଼ିଲେ ୩୬ ଘଣ୍ଟା କିମ୍ବା ତାଠୁ ଅଧିକ ସମୟ ଲାଗିପାରେ।

ରାଟ୍-ହୋଲ୍ ମାଇନିଂ ଉପରେ ବାଜିଛି NGT ଛାଟ

ରାଟ୍-ହୋଲ୍ ମାଇନିଂ ଖୁବ୍ ବିପଦପୂର୍ଣ୍ଣ ଓ ପରିବେଶ ଦୃଷ୍ଟିରୁ ଅସୁରକ୍ଷିତ ହୋଇଥିବାରୁ ୨୦୧୪ରେ ଏହି ପଦ୍ଧତିକୁ ବ୍ୟାନ୍ କରିଥିଲେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ ବା NGT। ତେବେ ଏହି ନିଷିଦ୍ଧ ପଦ୍ଧତି ଉତ୍ତରକାଶୀ ଅପରେସନ ପାଇଁ କେତେ ଲାଭଦାୟକ ସାବ୍ୟସ୍ତ ହେଉଛି ତାହା ଉପରେ ସମସ୍ତଙ୍କ ନଜର।

ସୂଚନା ଯୋଗ୍ୟ ଯେ, ଟନେଲ୍ ଭିତରେ ମରଣ ସହ ୧୭ ଦିନ ହେଲାଣି ଚାଲିଛି ସଂଘର୍ଷ। ଆଶା, ଆଶଙ୍କା ଦୋଛକିରେ ଚାଲିଛି ସଂଘର୍ଷ। ରେସ୍କ୍ୟୁ ଅପରେସନ୍‌ରେ ପ୍ରତିଦିନ ସାମନାକୁ ଆସୁଛି ନୂଆ ନୂଆ ଚ୍ୟାଲେଞ୍ଜ । ପ୍ରତିଦିନ ଉପୁଜୁଛି ବାଧା। ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲ ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ଦେଶର ୪୧ ଶ୍ରମିକ। ଏଥିରେ ୫ ଜଣ ଓଡ଼ିଆ ଶ୍ରମିକ ବି ରହିଛନ୍ତି।

ଆଉ ଏହାରି ଭିତରେ ପାହାଡ଼ ଉପରୁ ଭର୍ଟିକାଲ୍ ଡ୍ରିଲିଂ ଆଗେଇ ଚାଲିଛି। ପାହାଡ଼ ଉପରୁ ତଳ ଆଡ଼କୁ ହେଉଥିବା ଭର୍ଟିକାଲ୍ ଡ୍ରିଲିଂ ୩୬ ମିଟର ଯାଏଁ ଖୋଳା ସରିଛି। ଭର୍ଟିକାଲ୍ ଡ୍ରିଲିଂରେ ମୋଟ ୮୬ ମିଟର ଖୋଳିବାକୁ ପଡ଼ିବ ଓ ଏଥିପାଇଁ ମଧ୍ୟ ୩ ଦିନ ଲାଗିପାରେ।

ହରାଇଜଣ୍ଟାଲ୍ ଡ୍ରିଲିଂ ବି ସମାନ୍ତରାଳ ଭାବେ ଚାଲିଛି। ଆସନ୍ତା ଦୁଇ ଦିନ ଭିତରେ କିଛି ଖୁସି ଖବର ମିଳିବାର ଆଶା ରହିଛି । ଏହି ସମୟରେ ଭୂମିରେ କଂପନକୁ ମାପିବା ପାଇଁ ସେନ୍ସର ବ୍ୟବହାର କରାଯାଉଛି। ଯଦି ଆଉ ବାଧା ନଆସେ ତେବେ ୨୪ରୁ ୩୬ ଘଣ୍ଟା ଭିତରେ ଏହା ଖୋଳା ସରିଯିବ ବୋଲି କୁହାଯାଉଛି । ପଥରରେ ଫସିଯାଇଥିବା ଅଗର୍ ମେସିନକୁ କାଟି ବାହାର କରାଯିବା ପରେ, ବାକି ଥିବା ୧୦ରୁ ୧୨ ମିଟର ଖୋଳିବା ଲାଗି ମାନୁଆଲ୍ ଡ୍ରିଲିଂ ଚାଲିଛି।

ତେବେ କେଉଁ ପଦ୍ଧତି ଲାଭଦାୟକ ସାବ୍ୟସ୍ତ ହେଉଛି, କେଉଁ ପଦ୍ଧତି ଦ୍ୱାରା ଶ୍ରମିକଙ୍କ ବାହାରର ଆଲୋକ ଦେଖାଇବା ସମ୍ଭବପର ହୋଇ ପାରୁଛି ତାହା ଉପରେ ସମସ୍ତଙ୍କ ନଜର।

Comments are closed.