ଅଦିନ ବର୍ଷା ନେଲା ୨୦ ଜୀବନ

ଅହମଦାବାଦ: ଗତ ସପ୍ତାହରେ ସମଗ୍ର ଗୁଜରାଟରେ ଅଦିନିଆ ‌ବର୍ଷା ସମୟରେ ହୋଇଥିବା ବଜ୍ରପାତରେ ଅନ୍ୟୂନ ୨୦ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ଜଣେ ସରକାରୀ ଅଧିକାରୀ ‘ନିଉଜ୍‌ ଏଜେନ୍‌ସି ପି.ଟି.ଆଇ.’କୁ କହିଛନ୍ତି।

‘ଷ୍ଟେଟ୍‌ ଇମର୍ଜେନ୍‌ସି ଅପରେସନ୍‌ ସେଣ୍ଟର୍‌’ (ଏସ୍‌ଇଓସି) କହିଛି, ଗୁଜରାଟର ବିଭିନ୍ନ ରାଜ୍ୟରୁ ସମୁଦାୟ ୨୦ଟି ବର୍ଷାଜନିତ ମୃତ୍ୟୁ ରିପୋର୍ଟ କରାଯାଇଛି। ରବିବାର ଦିନ ରାଜ୍ୟରେ ଅଦିନିଆ ମେଘ ପ୍ରବଳ ପରିମାଣରେ ବର୍ଷିବା ବେଳେ ବିଜୁଳି ଓ ଘଡ଼ଘଡ଼ି ଯୋଗୁଁ ଏହି ଲୋକମାନଙ୍କର ମୃତ୍ୟୁ ଘଟିଛି।

କେଉଁ ଜିଲ୍ଲାରେ କେତେଜଣଙ୍କର ମୃତ୍ୟୁ ଘଟିଛି ‘ଏସ୍‌ଇସିଓ’ ଅଧିକାରୀ ତା’ର ତାଲିକା ପ୍ରକାଶ କରିଛନ୍ତି। ସେଥିରେ ଉଲ୍ଲେଖ ଅଛି, ଦାହୋଦ୍‌ରେ ୪ଜଣ, ଭରୁଚରେ ୩ଜଣ, ତାପିରେ ୨ଜଣ ଏବଂ ଅହମଦାବାଦ, ଆମ୍‌ରେଲି, ବନସ୍କଣ୍ଠ, ବୋତାଡ଼, ଖେଦା, ମେହସନା, ପଞ୍ଚମହଲ, ସବରକଣ୍ଠ, ସୁରତ, ସୁରେନ୍ଦ୍ରନଗର ଓ‌ ଦେବଭୂମି ଦ୍ବାରକାରେ ଜଣେ ଲେଖାଏଁ ଲୋକ ମରିଛନ୍ତି।

Comments are closed.