ଶୀତ ଦିନେ ଏମିତି କରନ୍ତୁ ବ୍ୟବହାର ମିଳିବ ଅନେକ ଫାଇଦା
ଶୀତ ଆସିଲେ ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ଥଣ୍ଡକାଶ ଦେଖାଯାଏ। କିଛି ଲୋକଙ୍କର ଇମ୍ୟୁନିଟି ଅର୍ଥାତ୍, ରୋଗପ୍ରତିରୋଧକ ଶକ୍ତି କମ୍ ଥିବା କାରଣରୁ ସଙ୍ଗେ ସଙ୍ଗେ ଜ୍ୱରର ଶିକାର ମଧ୍ୟ ହୋଇଥାନ୍ତି। ଅନ୍ୟ କେତେକ ବ୍ୟକ୍ତିଙ୍କଠାରେ ଖୁବ୍ କ୍ୱଚିତ୍ ଏଭଳି ହେଉଥିବାର ଦେଖାଯାଏ। ତେବେ ଏଥିପାଇଁ ଶରୀରରେ ଥିବା ରୋଗପ୍ରତିରୋଧକ ଶକ୍ତି ଦାୟୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ କହିଛନ୍ତି।
ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଅନେକ ବିଭିନ୍ନ ଔଷଧ ମଧ୍ୟ ଖାଇଥାନ୍ତି ଲୋକମାନେ। ତେବେ ଯଦି ଆପଣ ଘରୋଇ ଉପଚାରରରେ ନିଜର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଚାହୁଁଛନ୍ତି ତେବେ ଆପଣ ଅଦାକୁ ପାଞ୍ଚୋଟି ପଦ୍ଧତିରେ ଖାଦ୍ୟରେ ବ୍ୟବହାର କରନ୍ତୁ .. ଅଦାରେ ଅନେକ ଔଷଧିୟ ଗୁଣ ରହିଥିବା ବେଳେ ଏହା ଥଣ୍ଡାକାଶ କାଟିବାରେ ସହାୟ ହୁଏ। ଏହାବାଦ୍, ଅଦାରେ ଆଣ୍ଚି ଅକ୍ସିଡେଣ୍ଟ, ଭିଟାମିନ୍ସ, ମିନେରାଲ୍ସ, ଭିଟାମିନ୍ ବି-୩, ଭିଚାମିନ୍ ବି-୬ ପୋଟାସିୟମର ପରିମାଣ ଭରପୂର ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ
ଅଦାର କାଢ଼ା : ଅଦାର କାଢ଼ା ପ୍ରସ୍ତୁତ କରିବା ପାଇଁ ଗୋଟିଏ ଗିଲାସ ପାଣିରେ ଅଦା, ଲବଙ୍ଗ ଓ ଗୁଜୁରାତି ପକାନ୍ତୁ। ପାଣି ଅଧା ହେବା ପର୍ଯ୍ୟନ୍ତ ଏହାକୁ ଫୁଟିବାକୁ ଦିଅନ୍ତୁ। ଏହାକୁ ଛାଣି ପିଇବା ଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ିବା ସହ ଥଣ୍ଡାକାଶ ଦୂର କରେ।
ଅଦାର ଆଚାର : ରୁଟି କିମ୍ୱା ଭାତରେ ଅଦାର ଆଚାର ପ୍ରସ୍ତୁତ କରି ଖାଇପାରିବେ। ଅଦାର ଆଚାର ଆପଣ ଘରେ ପ୍ରସ୍ତୁତ କରି ଖାଇପାରନ୍ତି ନଚେତ୍ ବଜାରରେ ମଧ୍ୟ ସହଜରେ ଏହା ଉପଲବ୍ଧ।
ଅଦାର ଚା’ : ଚା’ ଭାରତୀୟଙ୍କର ଖୁବ୍ ପସନ୍ଦ। ତେଣୁ ଭାରତରେ ବିଭିନ୍ନ ପ୍ରକାର ଚା’ ମିଳିଥାଏ। ଅଧିକାଂଶ ଲୋକ କ୍ଷୀରରେ ପ୍ରସ୍ତୁତ ଅଦା ଚା’ ପିଇବାକୁ ପସନ୍ଦ କରନ୍ତି। ମାତ୍ର, ଏହା ଶରୀରର ପାଇଁ ଲାଭଦାୟକ ନୁହେଁ। ଗୋଟିଏ ଗିଲାସ ପାଣିରେ ଅଦାକୁ ଭଲ ଭାବରେ ଫୁଟାଇ ଏହି ପାଣିକୁ ଛାଣି ଏଥିରେ ଆଂଶିକ ମାତ୍ରାରେ ଲେମ୍ୱୁରସ କିମ୍ୱା ମହୁ ମିଶାଇ ପିଅନ୍ତୁ। ଦୈନିକ ୨ରୁ ୩ ଥର ଏହି ଚାହା ପିଇବା ଦ୍ୱାରା ଏହା ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୁଏ।
ଅଦାର ସୁପ୍
ଅଦାର ସୁପ୍ : ଅଦାର ସୁପ୍ ପ୍ରସ୍ତୁତ କରିବା ପାଇଁ ଚାହୁଁଥିଲେ ଆପଣ ଏଥିରେ ବ୍ରୋକଲି(ରଙ୍ଗବେରଙ୍ଗର ଫୁଲକୋବି) କିମ୍ୱା ଛତୁ ମିଶାଇପାରିବେ। ଏହାଦ୍ୱାରା ସୁପର ପୋଷକତତ୍ତ୍ୱ ବୃଦ୍ଧି ହୁଏ। ଏହି ସୁପ୍ ଆପଣଙ୍କୁ ଅଧିକ ସମୟ କାମ କରିବାକୁ ଶକ୍ତି ଦେଇଥାଏ।
ଅଦା ଚଟଣୀ
ଅଦାର ଚଟଣୀ : ଅନେକ ଖାଦ୍ୟରେ ଚଟଣୀ ଖାଇବାକୁ ପସନ୍ଦ କରନ୍ତି। ଅଦା ଚଟଣୀ ପୋଷକତତ୍ତ୍ୱର ଭଣ୍ଡାର। ତେଣୁ ଖାଦ୍ୟରେ ଏହି ଚଟଣୀ ସାମିଲ କରନ୍ତୁ। ଏହାକୁ ରୁଟି କିମ୍ୱା ପରଟା ସହ ମଧ୍ୟ ଖାଇପାରିବେ। ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଇମ୍ୟୁନିଟି ପାୱାର ବଢ଼ିଥାଏ।
Comments are closed.