ଅଦା ଗୁଣ୍ଡର ଚମତ୍କାରିତା, ପାୟୋଗ ଦ୍ବାରା ମିଳିବ ଏହି ଫାଇଦା

କେତେଜଣ ଲୋକ ଘର ଛାତ ଉପରେ, ଅଗଣାରେ ଛୋଟ ବଗିଚା କରିବାକୁ ପସନ୍ଦ କରୁଛନ୍ତି। କେହିକେହି ପନିପରିବା ଲଗାଉଥିବାବେଳେ ଅନ୍ୟମାନେ ରଙ୍ଗବେରଙ୍ଗର ଫୁଲ ଚାଷ କରୁଛନ୍ତି। ଏମାନଙ୍କ ପାଇଁ ସବୁଠୁ ବଡ଼ ଚିନ୍ତାର କାରଣ ହେଉଛି ଗଛଲତାରେ କୀଟ ହେବା। ଜୈବିକ ଉପାୟରେ ଏହି କୀଟକୁ ଦୂର କରିବାର ଉପାୟ ଅଛି। ଅଦା ଗୁଣ୍ଡ ​‌େ​‌ସ୍ପ୍ରକୁ ଗଛରେ ନିୟମିତ ପକାଇଲେ କୀଟ, ପୋକ ଆଦି ହେବାର ଭୟ ନଥାଏ।

ଅଦା ଗୁଣ୍ଡକୁ ବେଶ୍ ସହଜ ଉପାୟରେ ତିଆରି କରିପାରିବେ। ଅଦାକୁ ୨-୩ ଦିନ ଖରାରେ ଶୁଖାଇବେ। ତା’ ପରେ ଗ୍ରାଇଣ୍ଡିଂ କରି ରଖନ୍ତୁ। ଅଦା ଗୁଣ୍ଡ ୩ ଚାମଚରେ ଭିନେଗାର୍ ୧ଚାମଚ ମିଶାଇବେ। ସେହି ମିଶ୍ରଣରେ ୨ ଚାମଚ ହାଇଡ୍ରୋଜେନ୍ ପେରକ୍ସାଇଡ୍ ମିଶାଇ ବୋତଲରେ ରଖନ୍ତୁ। ଅଦାର ମିଶ୍ରଣକୁ ବଗିଚା ଗଛରେ ପ୍ରତି ୨ଦିନରେ ଥରେ ​‌େ​‌ସ୍ପ୍ର କରିଲେ କୀଟ, ପୋକ ସବୁ ଦୂରେଇଯିବେ।
ଅଦା ଚୋପାକୁ ମଧ୍ୟ କୁଣ୍ଡରେ ରଖନ୍ତୁ। ତାହା ଖାଦ ଭଳି କାମ କରିବ।

Comments are closed.