ଏହି ରୋଗଥିଲେ ନିୟମିତ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ
ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କର ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ରହିଛି। ଏହା ନିୟନ୍ତ୍ରଣରେ ନରହିବା ଦ୍ୱାରା ହୃଦଜନିତ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ। ତେବେ ଏହି ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ନିଜ ଦୈନନ୍ଦିନ ଖାଦ୍ୟରେ ଏପରି କେତେକ ଜିନିଷ ସାମିଲ ଥାଏ, ଯାହା ଉଚ୍ଚ ରକ୍ତଚାପ ସମସ୍ୟାକୁ ବୃଦ୍ଧି କରିଥାଏ। ଜାଣତରେ ହେଉ କିମ୍ବା ଅଜାଣତରେ ଏପରି କିଛି ଖାଦ୍ୟ ଖାଇଥାଆନ୍ତି, ଯାହା ଉଚ୍ଚ ରକ୍ତଚାପ ସମ୍ଭାବନାକୁ ବୃଦ୍ଧି କରିଥାଏ। ତେଣୁ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ କିଛି ଖାଦ୍ୟ ରହିଛି, ଯାହାକୁ ନିୟମିତ ସେବନ କରିବା ଉଚିତ ନୁହେଁ ଜାଣନ୍ତୁ..
କଫି ପିଇବା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ କ୍ଷତିକାରକ ହୋଇପାରେ। ଏଥିରେ ଥିବା କେଫିନ୍ ଓ ଅତ୍ୟଧିକ ଚିନିର ବ୍ୟବହାର ସ୍ୱାସ୍ଥ୍ୟର କ୍ଷତି କରିଥାଏ। ତେଣୁ ଉଚ୍ଚ ରକ୍ତଚାପ ରୋଗୀ କଫି ଠାରୁ ଦୂରେଇ ରୁହନ୍ତୁ।
ଉଚ୍ଚ ରକ୍ତଚାପ ରୋଗୀ ଆଚାର ଖାଇବା ଠାରୁ ନିଜକୁ ଦୂରେଇ ରଖନ୍ତୁ। ଆଚାରରେ ଅଧିକ ଲୁଣ ବ୍ୟବହାର ହୋଇଥାଏ। ଅଧିକ ଲୁଣ ସେବନ ଉଚ୍ଚ ରକ୍ତଚାପର କାରଣ ହୋଇଥାଏ।
ଛଣାଛଣି ଖାଦ୍ୟରେ ସୋଡିୟମର ମାତ୍ରା ଅଧିକ ଥାଏ। ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏହା କ୍ଷତିକାରକ। ଏହାସହ ଏହି ରୋଗୀ ମାନେ ସ୍ୟାଣ୍ଡୱିଚ୍ ଓ ବର୍ଗରକୁ ଖୁବ କମ୍ ମାତ୍ରାରେ ଖାଇବା ଉଚିତ।
ପ୍ୟାକେଟ୍ ଥିବା ଖାଦ୍ୟ ଯେପରି ଚିପ୍ସ ଓ ଅନ୍ୟାନ୍ୟ ଖାଦ୍ୟରେ ସୋଡିୟମ ମାତ୍ରା ଅଧିକ ଥାଏ। ଏହି ସବୁ ଖାଦ୍ୟକୁ ସେବନ ଦ୍ୱାରା ଉଚ୍ଚ ରକ୍ତଚାପ ବୃଦ୍ଧି ହୋଇଥାଏ। ଏହି ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ।
ମିଠା – ଉଚ୍ଚ ରକ୍ତଚାପ ରୋଗୀ ଅତ୍ୟଧିକ ଚିନି କିମ୍ବା ଅଧିକ ପରିମାଣରେ ମିଠା ସେବନ କରିବା ଉଚିତ ନୁହେଁ। ମିଠା ଜିନିଷର ଅଧିକ ସେବନ ଓଜନ ବୃଦ୍ଧିର କାରଣ। ସେହିପରି ଓଜନ ବୃଦ୍ଧି ଉଚ୍ଚ ରକ୍ତଚାପର କାରଣ ପାଲଟିଥାଏ। ତେଣୁ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାକୁ ହେଲେ କମ୍ ପରିମାଣରେ ମିଠା ସେବନ କରନ୍ତୁ।
Comments are closed.