ଆଜି ଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ
ନୂଆଦିଲ୍ଲୀ : ଆଜି ଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ । ଅଧିବେଶନର ଆରମ୍ଭରୁ ବିରୋଧୀ ମାନେ ଶାସକ ଦଳ ଉପରେ ହଙ୍ଗାମା କରିପାରନ୍ତି। କୃଷି ଆଇନକୁ ସରକାର ଫେରାଇ ନେଇଛନ୍ତି। କିନ୍ତୁ ବିରୋଧୀ ଦଳର ନେତାମାନେ ସର୍ବନିମ୍ନ ସହାୟତା ମୂଲ୍ୟ ପ୍ରସଙ୍ଗ ଉଠାଇ ପାରନ୍ତି। ଏହା ବ୍ୟତୀତ କରୋନା ମୃତକଙ୍କୁ ଅନୁକମ୍ପା ଓ ଦରବୃଦ୍ଧିକୁ ନେଇ ବିରୋଧୀ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ରହିଛନ୍ତି ।
ତିନି କୃଷି ଆଇନକୁ ଫେରାଇ ଆଣିବା ପାଇଁ ସରକାର ବିଲ ଉପସ୍ଥାପନ କରିପାରନ୍ତି। ସରକାର ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ଦିଆଯାଇଥିବା ପ୍ରତିଶୃତି ପୂରଣ କରିପାରନ୍ତି। କିନ୍ତୁ ଏହା ପରେ ମଧ୍ୟ ବିରୋଧୀମାନେ ରଣନୀତି କରିପାରନ୍ତି। ବିରୋଧୀ ଦଳମାନେ ନିଷ୍ପତ୍ତି ନେଇସାରିଛନ୍ତି ଯେ, ଏବେ ସେମାନେ ଏମ୍ଏସ୍ପି ଆଇନକୁ ନେଇ ସରକାର ଉପରେ ଚାପ ପ୍ରୟୋଗ କରିବେ। ଏହା ବ୍ୟତୀତ ବର୍ଦ୍ଧିତ ପେଟ୍ରୋଲ ଓ ଡିଜେଲ ଦାମକୁ ନେଇ ସରକାରଙ୍କ ବିରୋଧରେ ସ୍ବର ଉଠାଇପାରନ୍ତି।
Comments are closed.