ବିରୋଧୀଙ୍କୁ ଟାର୍ଗେଟ କରି ଏମିତି କହିଲା କେନ୍ଦ୍ର ଅର୍ଥମନ୍ତ୍ରୀ

0

ନୂଆଦିଲ୍ଲୀ : ସରକାରୀ ସମ୍ପତ୍ତିଗୁଡ଼ିକୁ ସରକାର ଆଖିବୁଜା ବିକ୍ରି କରୁଥିବା ନେଇ ବିରୋଧୀ ଦଳଗୁଡ଼ିକ କରୁଥିବା ଅଭିଯୋଗକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖଣ୍ଡନ କରିଛନ୍ତି। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ସବୁ କିଛିକୁ ବିକ୍ରି କରିବା ଲାଗି ଆମେ ତରବର ହେଉନାହୁଁ। ସବୁ କ୍ଷେତ୍ରରେ ଘରୋଇ କଂପାନିର ପ୍ରତିନିଧିତ୍ବ ରହିଛି। ଏଭଳି କୌଣସି କ୍ଷେତ୍ର ନାହିଁ ଯେଉଁଥିରେ ଘରୋଇ ସଂସ୍ଥା କାମ କରୁନାହାନ୍ତି। ବିରୋଧୀ ଦଳ ମଧ୍ୟ ତାହା ଭଲ ଭାବେ ବୁଝିଛନ୍ତି। ତଥାପି କହୁଛନ୍ତି ଯେ ଆମେ ସବୁକିଛି ବିକ୍ରି କରୁଛୁ।

ନିର୍ମଳା କହିଛନ୍ତି ଯେ ଟେଲିକମ୍ ସମେତ ଚାରିଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ସରକାରୀ ସଂସ୍ଥା ରହିବେ। ସରକାରୀ ଉଦ୍ୟୋଗ ନୀତି ଅନୁସାରେ ପରମାଣୁ ଶକ୍ତି, ମହାକାଶ ଓ ପ୍ରତିରକ୍ଷା, ପରିବହନ ଓ ଦୂରସଂଚାର, ବିଦ୍ୟୁତ, ପେଟ୍ରୋଲିୟମ୍, କୋଇଲା ଓ ଖଣିଜ ଏବଂ ବ୍ୟାଙ୍କିଙ୍ଗ, ବୀମା ଓ ବିତ୍ତୀୟ ସେବା କ୍ଷେତ୍ରରେ ସରକାରୀ ଉଦ୍ୟୋଗ ରହିବେ।

Leave A Reply

Your email address will not be published.