୧୪ ଟି ପ୍ରସ୍ତାବ ଉପରେ ଲାଗିଲା ରାଜ୍ୟ କ୍ୟାବିନେଟ ମୋହର

ଭୁବନେଶ୍ୱର,: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ଶେଷ ହୋଇଛି। ଏହି ବୈଠକରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ନିର୍ବାଚନ ତାରିଖ ଘୋଷଣା ତଥା ଆଚରଣ ବିଧି ଲାଗୁ ପୂର୍ବରୁ ଏହା ଥିଲା ରାଜ୍ୟ କ୍ୟାବିନେଟର ଅନ୍ତିମ ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ କେଉଁ କେଉଁ ପ୍ରସ୍ତାବ ଉପରେ ମଞ୍ଜୁର ହୋଇଛି ସେ ନେଇ ଏକ ସ୍ବତନ୍ତ୍ର ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଛି ।

ତେବେ ଏହି ପଞ୍ଚମ ପାଳିର ଶେଷ କ୍ୟାବିନେଟ୍‌ରେ ମହାନଦୀରେ ଆଉ ଏକ ସେତୁ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। ଏହା ସାଲେପୁର ବ୍ଲକ ବ୍ରାହ୍ମଣଖଣ୍ଡ-ସାହୁଖେତ ରାସ୍ତାରେ ଏହା ନିର୍ମିତ ହେବ।୧୨୮ କୋଟି ବ୍ୟୟ ଅଟକଳରେ ସେତୁ ନିର୍ମାଣ କରାଯିବ। ୩ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷେ ଚନ୍ଦ୍ରଶେଖରପୁରରେ ଯାଦବ ଭବନ ନିର୍ମାଣ ଲାଗି ଅଧା ଏକର ଜାଗା ଯୋଗାଇ ଦେବେ ରାଜ୍ୟ ସରକାର। ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି।

Comments are closed.