ଖୁବ୍ ଶୀଘ୍ର ପ୍ରକାଶ ପାଇଁ ମାଟ୍ରିକ ପରୀକ୍ଷା ଫଳ

କଟକ: ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ବୋର୍ଡ ପକ୍ଷରୁ ଖବରଦାତା ସମ୍ମିଳନୀ କରାଯାଇଛି। ନିର୍ଦ୍ଧାରିତ ସମୟରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି ଡ. ନିହାର ରଞ୍ଜନ ମହାନ୍ତି କହିଛନ୍ତି। ୧୪ ତାରିଖରୁ ଖାତା ଦେଖା ଆରମ୍ଭ ହୋଇଥିବା ବେଳେ ଏହା ୨୮ ତାରିଖରେ ସରିବ। ରେଜଲ୍ଟ ପ୍ରକାଶର ୭ ଦିନ ଭିତରେ ଡିଜିଟାଲ ସାର୍ଟିଫିକେଟ ମିଳିବ। ନିର୍ବାଚନ କାମ ଏଥିରେ ସାମାନ୍ୟ ପ୍ରତିବନ୍ଧକ ସୃଷ୍ଟି କରୁଥିଲେ ବି ମାଟ୍ରିକ ରେଜଲ୍ଟ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ।

ନିର୍ବାଚନ ଡ୍ୟୁଟି ଯୋଗୁ ଶିକ୍ଷକମାନେ ଖାତା ଦେଖା ସହ ସେଥିରେ ମଧ୍ୟ ନିୟୋଜିତ ହେଉଛନ୍ତି। ଏଥିଯୋଗୁ ସାମାନ୍ୟ ଅଧିକ ଚାପ ପଡ଼ୁଥିଲେ ବି ନିର୍ଦ୍ଧାରିତ ସମୟରେ ରେଜଲ୍ଟ ବାହାର କରିବାକୁ ଟାର୍ଗେଟ ରଖାଯାଇଛି ବୋଲି କହିଛନ୍ତି ବୋର୍ଡ ସଭାପତି ।

ବୋର୍ଡ ମହାନ୍ତି କହିଛନ୍ତି, ପ୍ରତିଦିନ ଶିକ୍ଷକମାନଙ୍କର ନିର୍ବାଚନ ଡ୍ୟୁଟି ପଡ଼ୁଛି। ତେଣୁ ପ୍ରତି ୟୁନିଟରୁ ଶିକ୍ଷକଙ୍କ ସଂଖ୍ୟା କମିଯାଉଛି। ଶିକ୍ଷକମାନେ ନିର୍ବାଚନ କାମ ସାରି ପରଦିନ ଡ୍ୟୁଟିରେ ଯୋଗ ଦେବାକୁ କୁହାଯାଇଛି। ୧୦ରୁ କମ୍‌ ଶିକ୍ଷକ ଥିଲେ ବି ଖାତଦେଖା କେବେ ବନ୍ଦ ହେବନି।

Comments are closed.