ବିଜେପିରୁ ଇସ୍ତଫା ଦେଲେ ସାଂସଦ ଅଜୟ ପ୍ରତାପ ସିଂ

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମଧ୍ୟପ୍ରଦେଶରେ ବିଜେପିକୁ ବଡ ଝଟକା ଲାଗିଛି । ରାଜ୍ୟସଭା ସାଂସଦ ଅଜୟ ପ୍ରତାପ ସିଂ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଅଜୟ ପ୍ରତାପ ରାଜ୍ୟସଭା ସାଂସଦ ଥିଲେ, ହେଲେ ଚଳିତ ନିର୍ବାଚନରେ ସେ ଲୋକସଭା ନିର୍ବାଚନ ଲଢିବାକୁ ଆଶାୟୀ ଥିଲେ । ହେଲେ ଦଳ ତାଙ୍କୁ ଟିକେଟ୍ ନ ଦେବାରୁ ସେ ଦଳ ଛାଡିଥିବା କଥା ଅନୁମାନ କରାଯାଉଛି । ସେ ତାଙ୍କର ଇସ୍ତଫା ପତ୍ର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରଦେଶ ଅଧ୍ୟକ୍ଷ ବି.ଡି ଶର୍ମାଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏହାସହ ଇସ୍ତଫା ପତ୍ରର ଏକ କପି ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

ବିଜେପି ମଧ୍ୟପ୍ରଦେଶର ୨୯ ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ହେଲେ ସେଥିରେ ଅଜୟ ପ୍ରତାପଙ୍କ ନାମ ସାମିଲ ନାହିଁ । ଯେଉଁ ସିଦ୍ଧି ଆସନରୁ ବିଜୟ ପ୍ରତାପ ନିର୍ବାଚନ ଲଢିବାକୁ ଆଶାୟୀ ଥିଲେ ସେଠାରୁ ବିଜେପି ରାଜେଶ ମିଶ୍ରାଙ୍କୁ ଟିକେଟ ଦେଇଛି ।

Comments are closed.