ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି

ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି। ଇଡିର ସମନକୁ ଏଡାଇବା ମାମଲାରେ ଆଜି ତାଙ୍କୁ ଜାମିନ ମିଳିଛି। ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ଜାମିନ ଦେଇଛନ୍ତି। ୧୫ ହଜାର ଟଙ୍କା ମୁଚାଲିକାରେ ଜାମିନ ଦେଇଛନ୍ତି କୋର୍ଟ।

ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ପଚରା ଉଚରା ପାଇଁ ଇଡି କେଜ୍ରିୱାଲଙ୍କୁ ବାରମ୍ବାର ସମନ ପଠାଇ ଚାଲିଛି। କ୍ରମାଗତ ଭାବେ ଆଠ ଥର ସମନ ପଠାଇବା ପରେ ମଧ୍ୟ କେଜ୍ରିୱାଲ ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ। ଏହାକୁ ନେଇ ଇଡି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବିରୋଧରେ ଦୁଇଟି ଅଭିଯୋଗ ଦାଖଲ କରିଥିଲା।

Comments are closed.