ରାଜ୍ୟବାସୀଙ୍କୁ ତାତିରୁ ମିଳିବନି ତ୍ରାହି

ରାଜ୍ୟବାସୀଙ୍କୁ ତାତିରୁ ମିଳିବନି ତ୍ରାହି । ୫ ଦିନ ଯାଏଁ ଜଳିବ ଓଡ଼ିଶା । ଅନେକ ସ୍ଥାନରେ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏଁ ବଢ଼ିବା ସମ୍ଭାବନା ରହିଛି । ଅସହ୍ୟ ତାତି ସହ ଗରମ ଓ ଗୁଳୁଗୁଳିରୁ ମିଳିବନି ନିସ୍ତାର । ଅସହ୍ୟ ଗ୍ରୀଷ୍ମ ପ୍ରବାହ ନେଇ ୧୦ ଜିଲ୍ଲାକୁ ଚେତାବନୀ ଦିଆଯାଇଛି ।

ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୁରଭଞ୍ଜ, ନୟାଗଡ ଜିଲ୍ଲାକୁ ହିଟ୍ ୱେଭ୍ ସତର୍କତା ଜାରି କରାଯାଇଛି । ସେହିପରି ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେବେ ୧୧ ଜିଲ୍ଲାବାସୀ । ସେହିସବୁ ଜିଲ୍ଲା ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ ଓ ଗଜପତି । ସେହିପରି କଳାହାଣ୍ଡି, କନ୍ଧମାଳ, ଗଂଜାମ, ଗଜପତି ଓ ନୟାଗଡ ଭଳି ୫ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।

ସକାଳ ସାଢେ ୮ଟା ସୁଦ୍ଧା ୩୬ ଡିଗ୍ରୀ ସହ ତାଳଚେର ସବୁଠାରୁ ଉତପ୍ତ ସହର । ଅନୁଗୁଳ ଓ ବାଲେଶ୍ୱରରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ । ଭୁବନେଶ୍ୱର ୩୪ ଦଶମିକ ୨, ଜଗତସିଂହପୁର ୩୪, ଚାନ୍ଦବାଲି ୩୩ ଦଶମିକ ୮, ଭଦ୍ରକ ୩୩ ଦଶମିକ ୭, ଭବାନିପାଟଣ ୩୩ ଦଶମିକ ୫, ଝାରୁସୁଗଡା ୩୩ ଦଶମିକ ୨, ବୌଦ୍ଧ ଓ ବାରିପଦାରେ ୩୩ ଡିଗ୍ରୀ, କଟକ ୩୨ ଦଶମିକ ୬, ରାଉରକେଲା ୩୨ ଦଶମିକ ୨, ନୟାଗଡ ଓ କେନ୍ଦ୍ରାପଡାରେ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Comments are closed.