ପୁଣି ଏକ ନମ୍ବର ହେବ ଓଡ଼ିଶା, ନବୀନ

ଆଜି ଗଞ୍ଜାମ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ । ଏହି କ୍ରମରେ ପ୍ରଥମେ ହିଞ୍ଜିଳିରୁ ଆରମ୍ଭ ହୋଇଛି ବିଜେଡିର ଜୋରଦାର ପ୍ରଚାର । ଏଠାରେ ବିଶାଳ ଜନସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଦେଇଛନ୍ତି ଏକ ସଶକ୍ତ ଓ ସମୃଦ୍ଧ ଓଡିଶାର ପ୍ରତିଶ୍ରୁତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ ରାଜ୍ୟରେ ବିଜେଡି ସରକାର ନାରୀ ସଶକ୍ତିକରଣକୁ ସାର୍ଥକ କରିଛି । ରାଜ୍ୟରେ ପାଖାପାଖି ୬ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ କରି ପାଖାପାଖି ୭୦ ଲକ୍ଷ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିପାରିଛି । ସେମାନଙ୍କୁ ଉଦ୍ୟୋଗ କ୍ଷେତ୍ରରେ ପାଦ ଥାପିବାକୁ ବାଟ ଦେଖାଇଛି । ସେମାନଙ୍କୁ ନିଜର ଉଦ୍ୟୋଗ ଆରମ୍ଭ କରିବାକୁ ବିନା ସୁଧରେ ଲକ୍ଷାଧିକ ଋଣ ମଧ୍ୟ ଦେଇଛି ।

ଏହାସହ ରାଜ୍ୟର ଚାଷୀଙ୍କ ପାଇଁ ମଧ୍ୟ ବିନା ସୁଧରେ ଋଣ ଦେବାର ବ୍ୟବସ୍ଥା କରିଛି । ଖାଦ୍ୟ ଯୋଗାଣ କ୍ଷେତ୍ରରେ ପିଡିଏସ୍ ଯୋଗାଣକୁ ତ୍ୱରାନ୍ୱିତ କରିଛନ୍ତି ବିଜେଡି ସରକାର । ଏହାସହ ନିବେଶ କ୍ଷେତ୍ରରେ ଓଡିଆ ଆଗୁଆ ରାଜ୍ୟ ହୋଇପାରିଛି । ବିଏସକେୱାଇ ସ୍କିମ ଜରିଆରେ ଓଡିଶା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସାରା ଦେଶରେ ଆଗୁଆ ହୋଇଛି ।

Comments are closed.