ପୁଣି ବର୍ଷିଲେ ମମତା, କହିଲେ ଗୋଟେ ବି ଭୋଟ ମିଳିବ ନାହିଁ

କୋଲକାତା: ଚାକିରି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ (ଡବ୍ଲୁବିଏସ୍‌ସିସି) ଦ୍ୱାରା ଗଠିତ ସ୍କୁଲ ଶିକ୍ଷକମାନଙ୍କ ପାଇଁ ସୋମବାର କଲିକତା ହାଇକୋର୍ଟ ୨୦୧୬ ନିଯୁକ୍ତି ପ୍ୟାନେଲକୁ ବାତିଲ କରି ଦେଇଛନ୍ତି। ଫଳରେ ପ୍ରାୟ ୨୬,୦୦୦ ଚାକିରି ଅବ‌ୈଧ ହୋଇଛି। ଏହାକୁ ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ସେ ଏହି ପ୍ରସଂଗରେ କହିଛନ୍ତି ଯେ ‘‘ଶିକ୍ଷକ କିମ୍ବା କୌଣସି ସରକାରୀ କର୍ମଚାରୀଙ୍କ ନିକଟରୁ ବିଜେପି, ସିପିଏମ୍ କିମ୍ବା କଂଗ୍ରେସ ପାଇଁ ଗୋଟାଏ ବି ଭୋଟ୍‌ ମିଳିବ ନାହିଁ। ବିଜେପି କୋର୍ଟକୁ କିଣିଦେଇଛି। ବିଜେପି ହାଇକୋର୍ଟକୁ କିଣିଦେଇଛି ସତ, ସୁପ୍ରିମ୍‌କୋର୍ଟକୁ ନୁହେଁ। ମୁଁ ଆଶା ରଖିଛି ଯେ ସୁପ୍ରିମ୍‌କୋର୍ଟରୁ ନ୍ୟାୟ ପାଇବି।’’

Comments are closed.