କାହିଁକି ଏମିତି କହିଲେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କେହି ଅପଶବ୍ଦ ବ୍ୟବହାର କଲେ, ତାଙ୍କୁ ଘରକୁ ଫେରିବାକୁ ଦିଆଯିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଧମକ ଦେଇଛନ୍ତି। ସିନ୍ଧୁଦୁର୍ଗରେ ବିରୋଧୀ ନେତାମାନଙ୍କ ରାଲି ପୂର୍ବରୁ ଭାଜପାର ରତ୍ନଗିରି-ସିନ୍ଧୁଦୁର୍ଗ ପ୍ରାର୍ଥୀ ଏଭଳି ଧମକ ଦେଇ ବିବାଦ ଘେରକୁ ଆସିଛନ୍ତି। ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍‌ରେ ଏବଂ ଦଳୀୟ ଏମ୍‌ପି ସଞ୍ଜୟ ରାଉତ କ’ଣ କହୁଛନ୍ତି, ତାହା ବୁଝି ନ ପାରି ମୋଦିଙ୍କୁ ସମାଲୋଚନା କରୁଛନ୍ତି। ସୂଚନାଯୋଗ୍ୟ, ଉଦ୍ଧବଙ୍କ ସହ ମତଭେଦରୁ ରାଣେ ଶିବସେନା ଛାଡ଼ି ଭାଜପାରେ ଯୋଗ ଦେଇଥିଲେ।

Comments are closed.