କେନ୍ଦ୍ରରେ ସରକାର ଗଠନ ପାଇଁ ଦାବି ରଖିଲା ଏନଡିଏ

କେନ୍ଦ୍ରରେ ସରକାର ଗଠନ ପାଇଁ ଦାବି ରଖିଲା ଏନଡିଏ । ରାଷ୍ଟ୍ରପତିଙ୍କ ପାଖକୁ ପଠାଇଲେ ଦାବି ପତ୍ର । ବହୁମତ ଥିବା ଦର୍ଶାଇ ସମର୍ଥନ ପତ୍ର ପଠାଇଲା ଏନଡିଏ । ଆଜି ଦିଲ୍ଲୀରେ ଏନଡିଏର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂସଦର ସେଂଟ୍ରାଲ ହଲରେ ଏନଡିଏର ସବୁ ବିଜୟୀ ସାଂସଦଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି ।

ଏନଡିଏ ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି ନରେନ୍ଦ୍ର ମୋଦୀ । ଏହି ବୈଠକ ପରେ ଏନଡିଏ ସରକାର ଗଢିବାକୁ ପ୍ରସ୍ତାବ ଦେଇଛି । ରାଜନାଥ ସିଂହ ମୋଦୀଙ୍କ ନାମ ପ୍ରସ୍ତାବ ଦେବା ପରେ ଅମିତ ଶାହା ଓ ନୀତିନ୍ ଗଡକରୀ ସମର୍ଥନ ଜଣାଇଛନ୍ତି । ପରେ ଏନଡିଏର ସହଯୋଗୀ ଦଳର ମୁଖ୍ୟମାନେ ମଧ୍ୟ ସମର୍ଥନ ଜଣାଇ ମୋଦୀଙ୍କୁ ନିଜ ସମର୍ଥନ ଜଣାଇଛନ୍ତି ।

 

 

×

Comments are closed.