ଆସନ୍ତାକାଲି ବିଜେପିର ବିଧାୟକ ଦଳ ବୈଠକ ।

ଆସନ୍ତାକାଲି ବିଜେପିର ବିଧାୟକ ଦଳ ବୈଠକ । ନିର୍ବାଚିତ ବିଧାୟକଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ । ବୈଠକରେ ମୁଖ୍ୟମନ୍ତ୍ରୀ ବାଛିବେ ନେତା । କେନ୍ଦ୍ରରୁ ଅନୁମୋଦିତ ହୋଇଥିବା ମୁଖ୍ୟମନ୍ତ୍ରୀ ନାଁ ଉପରେ ବିଧାୟକ ଦଳ ବୈଠକରେ ଚୂଡାନ୍ତ ସହମତି ଦେଇ ମୁଖ୍ୟମନ୍ତ୍ରୀ ବାଛିବେ ।

ଏନେଇ ସୂଚନା ଦେଇଛନ୍ତି କୁଚିଣ୍ଡା ବିଧାୟକ ରବି ନାୟକ । ରାଜ୍ୟରେ ବିଜେପି ସଂଖ୍ୟା ଗରିଷ୍ଠତା ହାତେଇଥିବାବେଳେ ମୁଖ୍ୟମନ୍ତ୍ରୀ କିଏ ହେବ, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅନେକ ଚେହେରା ଉପରେ ନଜର ରହିଛି । ତେବେ ବିଧାୟକ ବୈଠକରେ ଏନେଇ ଘୋଷଣା ହୋଇପାରେ ।

Comments are closed.