ଆମ୍ବୁଲାନ୍ସ ନ ମିଳିବାରୁ ଚାଲିଗଲା ଜୀବନ, ବାଇକ୍ ରେ ବୁହା ହେଲା ଶବ
ଭୁବନେଶ୍ୱର :ଅନୁଗୁଳ ବଲାସିଂହା ଗାଁ ରେ ମଙ୍ଗଳ ବାର ବ୍ରଜପାତ ରେ ଜଣ ଙ୍କର ମୃତ୍ଯ ହୋଇଛି l ମୃତକ ହେଲେ ସେହି ଗାଁ ର ଦୁଆରି ଗୁରୁ (୬୦) । ସୂଚନା ମୁତାବକ, ଦୁଆରି ଗାଈ ଚରାଇବାକୁ ଯାଇଥିବା ବେଳେଅପରାହ୍ନ ୩ ଟା ବେଳେ ବଜ୍ରପାତ ହୋଇଥିଲା। ଫଳରେ ସେ ଅଚେତହୋଇ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତିକରିବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ କଲସେଣ୍ଟର ପକ୍ଷରୁ ଅପେକ୍ଷା କରିବାକୁ କୁହାଯାଇଥିଲା। କିନ୍ତୁ ସନ୍ଧ୍ୟା୬ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ଲୋକେ ବାଧ୍ୟ ହୋଇମୋଟର ସାଇକେଲରେ ଆଣିବାକୁ ଚିନ୍ତା କରିଥିଲେ । କିନ୍ତୁସେତେବେଳକୁ ଦୁଆରିଙ୍କର ମୃତ୍ୟୁ ହୋଇ ସାରିଥିଲା ।ବ୍ୟବଚ୍ଛେଦ ପାଇଁ ବାଧ୍ୟ ହୋଇ ଦୁଇ ଜଣ ଯୁବକ ତାଙ୍କୁ ମୋଟରସାଇକେଲ ମଝିରେ ବସାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ।ଆଜି ମୃତ ଦେହ ବ୍ୟବଚ୍ଛେଦ ହେବ। ତେବେ ଆମ୍ବୁଲାନ୍ସ ନ ମିଳିବା ଯୋଗୁଁ ମୃତଦେହ ପଡ଼ିବା ରହିବା ପରେ ମୋଟରସାଇକେଲରେ ବୁହାହୋଇ ଆସିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।
Comments are closed.