ହାତୀ ଆକ୍ରମଣରେ ଯୁବକ ଗୁରୁତର 

ଦେବଗଡ :ଦେବଗଡ଼ ବନଖଣ୍ଡ ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ବୁଢାପାଳ ପଞ୍ଚାୟତ ସଲରାପାଲି ଗ୍ରାମରେ ହାତୀ ଆକ୍ରମଣରେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଆଜି ସଲରାପାଲି ଗ୍ରାମର କୁମାର ପ୍ରଧାନଙ୍କ ୨୧ ବର୍ଷର ପୁଅ ସିପୁନ ପ୍ରଧାନ ସଂନ୍ଧ୍ୟା ସମୟରେ ବିଲରୁ ଚାଷ କାମ ସାରି ଫେରୁଥିବା ସମୟରେ ଗ୍ରାମ ନିକଟସ୍ଥ ଜଙ୍ଗଲ ରାସ୍ତାରେ ହଠାତ ଏକ ଜଙ୍ଗଲି ହାତୀ ସିପୁନଙ୍କୁ ଆକ୍ରଣର କରି ଗୋଡରେ ଦଳି ଚକଟି ଦେବା ଫଳରେ ଗୋଡ ଓ ମୁଣ୍ଡରେ ଗଭିର ଆଘାତ ଲାଗିଥିବା ଜଣାପଡିଛି ।

ଗ୍ରାମର କିଛି ବ୍ୟକ୍ତି ସିପୁନ ଗୁରୁତର ଆହତ ହୋଇ ଅଚେତ ଅବସ୍ଥାରେ ପଡିରହିଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେବା ପରେ ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରି କୁଣ୍ଢେଇଗୋଳା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିବା ଜଣାପଡ଼ିଛି । ପରିବାର ଲୋକେ ସଙ୍ଗେ ସଙ୍ଗେ କୁଣ୍ଢେଇଗୋଳା ବନ ବିଭାଗର କର୍ମଚାରୀ ମାନଙ୍କୁ ଅଞ୍ଚଳରେ ହାତୀ ଆତଙ୍କ ଖେଳାଉଥିବା ସୂଚନା ଦେଇଛନ୍ତି । ହାତୀ ଉପଦ୍ରବ ସହ ବାରମ୍ବାର ଜିଲ୍ଲାରେ ଏପରି ହାତୀ ଆତଙ୍କ, ଆକ୍ରମଣ ବହୁ ଲୋକଙ୍କ ଜୀବନ ଯିବା ସହ ବହୁ ଧନ ଜୀବନ ନଷ୍ଟ କରି ଦେଉଥିବା ଦେଖିବାକୁ ମିଳିଛି । ଯାହାଏବେ ଜିଲ୍ଲାରେ ଚିନ୍ତାର ବିଷୟ ପାଲଟିଛି ।

Comments are closed.