ଶରତଙ୍କ ଘରେ ଆଜି ବସିବ ଇଣ୍ଡିଆ ମେଣ୍ଟ ବୈଠକ

ନୂଆଦିଲ୍ଲୀ :କେଉଁ ଦଳ କେଉଁଠି କେତେ ପ୍ରାର୍ଥୀ ଦେବ । ଆଜି ବିରୋଧୀ ଇଣ୍ଡିଆ ମେଣ୍ଟ ବୈଠକରେ ଆଲୋଚନା ହେବ । ସମନ୍ୱୟ କମିଟିରେ ଥିବା ୧୪ ଜଣ ସଦସ୍ୟଙ୍କୁ ନେଇ ଆଜି ଏନସିପି ନେତା ଶରଦ ପାୱାରଙ୍କ ଘରେ ବୈଠକ ବସିବ । ଶାସକ ଦଳ ଏନଡିଏ ବିରୋଧରେ ତିଆରି ହୋଇଥିବା ଏହି ଇଣ୍ଡିଆ ମେଣ୍ଟରେ ଅନେକ ପ୍ରମୁଖ ଦଳ ରହିଛନ୍ତି । ତେଣୁ ବିଭିନ୍ନ ରାଜ୍ୟରେ ଆସନ ଗଣିତ କିଭଳି ରହିବ ଏବଂ କେଉଁ ପ୍ରସଙ୍ଗରେ ନିର୍ବାଚନ ଲଢିବେ ସେ ନେଇ ଆଲୋଚନା ହେବ । ଦିଲ୍ଲୀ, ପଞ୍ଜାବରେ ଆମ୍ ଆଦମୀ ପାର୍ଟି କ୍ଷମତାରେ ରହିଛି ।

ଏଠାରେ ମେଣ୍ଟର ଅନ୍ୟତମ ଦଳ କଂଗ୍ରେସ ମଧ୍ୟ ରହିଛି । ଏପରି ସ୍ଥିତିରେ ଦୁଇ ରାଜ୍ୟରେ କିଭଳି ଦୁଇ ଦଳ ପ୍ରାର୍ଥୀ ଦେବେ ଏବଂ ଦଳ ଦଳ ମଧ୍ୟରେ ଥିବା ଦ୍ୱନ୍ଦ୍ୱକୁ ଦୂର କରିବେ ତାଉପରେ ଆଲୋଚନା ହେବ । କୁହାଯାଉଛି ବିରୋଧୀ ଆସନ ବୁଝାମଣା କରିବା ବେଳେ ଏକ ନିର୍ଦ୍ଦିଷ୍ଟ କୌଣସି ଫର୍ମୁଲା ତିଆରି କରିବେ ନାହିଁ । ବରଂ ରାଜ୍ୟର ରାଜନୈତିକ ପାଣିପାଗ ଏବଂ ଲୋକସଭା ଆସନର ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି । ଅନ୍ୟପଟେ ଶାସକ ଦଳ ଏନଡିଏ ମଧ୍ୟ ସହଯୋଗୀ ଦଳଙ୍କୁ ନେଇ ପ୍ରସ୍ତୁତି

ଚଳାଇଛି ।

 

Comments are closed.