ଆସିଲା ବିଚାରପତିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ଜାଣନ୍ତୁ କ’ଣ ରହିଛି

କଟକ :  ବିଚାରପତି ସୁବାସ ବିହାରୀଙ୍କ ମୃତ୍ୟୁ ଘଟଣାରେ ବୁଧବାରା ପୋଷ୍ଟମର୍ଟମ ରିପୋଟ କମିଶନରେଟ ପୋଲିସର ହାତରେ ଲାଗିଛି। ଏସିବି ମେଡିକାଲରୁ ମର୍କତନଗର ଥାନାରେ ପୋଷ୍ଟମର୍ଟମ ରିପୋର୍ଟ ପହଞ୍ଚିଛି। ବିଚାରପତି ନିଜେ ଆତ୍ମହତ୍ୟା କରିଥିବା ରିପୋର୍ଟରେ ଉଲ୍ଲେଖ। ରଶିରେ ଝୁଲିବା ପରେ ବିଚାରପତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଗତ ୨ ତାରିଖରେ ବିଚାରପତି ସୁବାସ ବିହାରୀ ଆତ୍ମହତ୍ୟା କରିଥିଲେ। ହେଲେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣି ସୁବାସଙ୍କ ସ୍ତ୍ରୀ ଓ ଶଳାଙ୍କ ନାମରେ ଅଭିଯୋଗ କରିଥିଲେ । ମର୍କତନଗର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Comments are closed.