ନୃଶଂସ ପୁଅର ଜଘନ୍ୟ କାଣ୍ଡ, ବାପାଙ୍କୁ ଗୁଳି କରି ହତ୍ୟା

ଉଦଳା : ଦିନକୁ ଦିନ ମଣିଷ ହିତାହତ ଜ୍ଞାନ ଭୁଲି ଯାଉଛି । ସାମାନ୍ୟ ରାଗର ବଶବର୍ତ୍ତୀ ହୋଇ ଏଭଳି କାଣ୍ଡ ଘଟାଉଛି ଯେ, ଯେଉଁଥିପାଇଁ ସାରା ଜୀବନ ତାକୁ ପସ୍ତାଇବାକୁ ପଡୁଛି । ଆଜି ବାପାକୁ ଗୁଳି କରି ହତ୍ୟା କରିଛି ପୁଅ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ କାଶୀକୁଣ୍ଡଳ ଗାଁରେ । ଯେଉଁ ବାପା ଛୋଟରୁ ବଡ କରିଥିଲା, କାନ୍ଧରେ ବସାଇ ଦୁନିଆ ଦେଖାଉଥିଲା । ସେହି ବାପାକୁ ଗୁଳି କରି ହତ୍ୟା କରିଛି ନୃଶଂସ ପୁଅ । ମୃତ ବ୍ୟକ୍ତି ଜଣଙ୍କ ହେଲେ ଟିଲୁ ନାଏକ । ଅଭିଯୁକ୍ତ ପୁଅ କୈଳାଶ ନାଏକ ଏଭଳି ଜଘନ୍ୟ କାଣ୍ଡ କରି ଫେରର ହୋଇଯାଇଛି ।

ସୂଚନା ଅନୁସାରେ ଗତକାଲି ରାତିରେ କୈଳାଶ ମଦ ପିଇ ଘରକୁ ଫେରିଥିଲେ । କୌଣସି କଥାକୁ ବାପା ଓ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଟିଲୁ ଉତକ୍ଷିପ୍ତ ହୋଇ ଶିକାର ପାଇଁ ଘରେ ରଖିଥିବା ଦେଶୀ ବନ୍ଧୁକ ଆଣି ନିଜ ବାପାକୁ ଗୁଳି କରି ହତ୍ୟା କରିଥିଲା । ଘଟଣାସ୍ଥଳରେ ଟିଲୁଙ୍କର ମୃତୁ୍ୟ ଘଟିଥିଲା । ବାପାକୁ ହତ୍ୟା କରିବା ପରେ କୈଳାଶ ଫେରାର ହୋଇଯାଇଥିଲା ।

Comments are closed.