ପୁଣି ବଢିଲା ସିସୋଦିଆଙ୍କ ମାମଲାର ଶୁଣାଣି ତାରିଖ

ନୂଆଦିଲ୍ଲୀ: ଦିଲ୍ଲୀ ତିହାର ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରାଉସ୍‌ ଆଭେନ୍ୟୁ କୋର୍ଟରୁ କୌଣସି ଆଶ୍ୱସ୍ତି ମିଳିନାହିଁ । ତାଙ୍କର ନ୍ୟାୟିକ ବନ୍‌ଦୋବସ୍ତ ମେ ୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହା ସହିତ କୋର୍ଟ ମନୀଷ ସିସୋଦିଆଙ୍କୁ ଚାର୍ଜସିଟର ଏକ ଇ-କପି ଦେବାକୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) କୁ କହିଛନ୍ତି ।

ଏହାପୂର୍ବରୁ, ଏକ୍ସାଇଜ୍‌ ପଲିସି ମାମଲାରେ ଇଡିର ନ୍ୟାୟିକ ହେପାଜତ ଶେଷ ହେବା ପରେ ମନୀଷ ସିସୋଡିଆଙ୍କୁ ରାଉସ୍‌ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ଅର୍ଥ ହେରଫେର କାଣରୁ ଇଡି ମଧ୍ୟ ଯାଞ୍ଚ କରୁଛି । ମନୀଷ ସିସୋଦିଆଙ୍କୁ ପ୍ରଥମେ ମଦ ଦୁର୍ନୀତିରେ ସିବିଆଇ ଗିରଫ କରିଥିଲା ଏବଂ ପରେ ଇଡି ମଧ୍ୟ ତାଙ୍କୁ ଗିରଫ କରିଥିଲା । ସେ ଫେବୃଆରୀ ୨୩ ରୁ ଦିଲ୍ଲୀର ତିହାର ଜେଲରେ ରହିଛନ୍ତି ।

Comments are closed.