ସୋନିଆଙ୍କ ବୟାନଙ୍କୁ ନେଇ, ନିର୍ବାଚନ କମିଶନରଙ୍କ ନିକଟରେ ଫାରାଦ ହେଲା ବିଜେପି
ନୂଆଦିଲ୍ଲୀ: କର୍ଣ୍ଣାଟକର ‘ପ୍ରତିଷ୍ଠା, ସାର୍ବଭୌମତ୍ୱ କିମ୍ବା ଅଖଣ୍ଡତା ପ୍ରତି ଦଳ କାହାକୁ ବିପଦ ସୃଷ୍ଟି କରିବାକୁ ଦେବ ନାହିଁ’ ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦେଇଥିବା ବୟାନକୁ ନେଇ ବିଜେପି ସୋମବାର ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି ଏବଂ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ନିର୍ଦ୍ଦେଶ ଜାରି କରିବାକୁ ଅନୁରୋଧ କରିଛି। କର୍ଣ୍ଣାଟକ ଏକ ରାଜ୍ୟ ହୋଇଥିବାରୁ ‘କର୍ଣ୍ଣାଟକର ସାର୍ବଭୌମତ୍ୱ’ ପ୍ରସଙ୍ଗ ଉଠାଇଥିବାରୁ ଜୋରଦାର ବିରୋଧ କରିଛି ବିଜେପି।
ଶନିବାର ହୁବଲିରେ ଏକ ପ୍ରଚାର ରାଲିରେ ସୋନିଆ ଗାନ୍ଧି ଦେଇଥିବା ଭାଷଣକୁ ଉଲ୍ଲେଖ କରି କଂଗ୍ରେସ ଟୁଇଟ୍ କରି କହିଛି ଯେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷ ୬.୫ କୋଟି କନ୍ନଡିଗାଙ୍କୁ ଏକ କଠୋର ବାର୍ତ୍ତା ଦେଇଛନ୍ତି ଏବଂ ଜନସଭାରେ ତାଙ୍କ ଭାଷଣର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ‘କର୍ଣ୍ଣାଟକର ପ୍ରତିଷ୍ଠା, ସାର୍ବଭୌମତ୍ୱ କିମ୍ବା ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିବାକୁ କଂଗ୍ରେସ କାହାକୁ ଅନୁମତି ଦେବ ନାହିଁ’ ବୋଲି କଂଗ୍ରେସ ଏହି ଟୁଇଟ୍ କରି ଲେଖିଛି।
ଏହି ବୟାନକୁ ଆଶ୍ଚର୍ଯ୍ୟଜନକ ଏବଂ ଗ୍ରହଣୀୟ ନୁହେଁ ବୋଲି ବର୍ଣ୍ଣନା କରି ଅଭିଯୋଗ କରିଥିବା କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ କହିଛନ୍ତି ଯେ ସୋନିଆ ଗାନ୍ଧି ଆଦର୍ଶ ଆଚରଣ ବିଧିର ବ୍ୟବସ୍ଥାକୁ ଉଲ୍ଲଂଘନ କରିଛନ୍ତି ଏବଂ ଏଭଳି ବୟାନ ଦେଇଥିବାରୁ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି।
ବିଜେପି ନିର୍ବାଚନ ପରିଚାଳନା କମିଟିର ଆବାହକ କରନ୍ଦଲାଜେ ମଧ୍ୟ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରି ଦୃଷ୍ଟାନ୍ତମୂଳକ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିଶନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି।