୧୨୫ ସିମେନା ହଲରେ ପ୍ରଦର୍ଶିତ ହେବ ବ୍ରିଟେନ ମହାରାଣୀଙ୍କ ଅନ୍ତିମ ସଂସ୍କାର

ଲଣ୍ଡନ : ବ୍ରିଟେନ ମହାରାଣୀ ସ୍ୱର୍ଗତ ଏଲିଜାବେଥ ଦ୍ୱିତୀୟଙ୍କ ରାଜକୀୟ ଅନ୍ତିମ ସଂସ୍କାର ୧୯ ସେପ୍ଟେମ୍ବରରେ ଲଣ୍ଡନର ୱେଷ୍ଟମିଂଷ୍ଟର ଆବେରେ କରାଯିବ । ଏହା ପୂର୍ବରୁ ବ୍ରିଟିଶ ସରକାର ଶନିବାର କହିଛନ୍ତି ମହାରାଣୀ ଏଲିଜାବେଥଙ୍କ ରାଜକୀୟ ଅନ୍ତିମ ସଂସ୍କାର ସାରା ଦେଶରେ ପ୍ରାୟ ୧୨୫ ସିମେନା ହଲରେ ପ୍ରଦର୍ଶିତ ହେବ । ଆହୁରି ମଧ୍ୟ ଏହି ଅନ୍ତିମ ସଂସ୍କାର ସମାରୋହକୁ ଦେଖିବାକୁ ପାର୍କ, ଚୌକ ଓ ଗିର୍ଜାଘରେ ବଡ ବଡ ସ୍କ୍ରିନ ଲଗାଯିବ ।
ବ୍ରିଟେନ ସଂସ୍କୃତି ବିଭାଗ ଏକ ବୟାନରେ କହିଛି ୱେଷ୍ଟମିଂଷ୍ଟର ଏବେରେ ଅନ୍ତିମ ସଂସ୍କାର ଓ ସମ୍ପୂର୍ଣ୍ଣ ଲଣ୍ଡନରେ ବାହାରିଥିବା ରାଲି ବି ବିବିସି, ଆଇଟିବି ଓ ସ୍କାଇ ଟେଲିଭିଜନରେ ସିଧା ପ୍ରସାରଣ କରାଯିବ । ବ୍ରିଟେନରେ ସବୁଠାରୁ ଅଧିକ ସମୟ ଧରି ଶାସନ ଗାଦିରେ ବସିଥିବା ମହାରାଣୀ ଏଲିଜାବେଥ ଦ୍ୱିତୀୟ୍‌କ ଅନ୍ତିମ ସଂସ୍କାରରେ ସାରା ବିଶ୍ୱର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ରାଜ ପରିବାରର ସଦସ୍ୟ ସାମିଲ ହେବା ଅନୁମାନ କରାଯାଉଛି । ସୂଚନାଯୋଗ୍ୟ, ସେପ୍ଟେମ୍ବର ୮ରେ ସ୍କଟଲ୍ୟାଣ୍ଡର ବାଲ୍ମରେଲ କ୍ୟ।।ସଲରେ ମହାରାଣୀଙ୍କ ପରଲୋକ ହୋଇଥିଲା । ସେ ୯୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିିଲେ ।
ସରକାର ମହାରାଣୀଙ୍କ ଅନ୍ତିମ ସଂସ୍କାର ପାଇଁ ସୋମବାର ସାର୍ବଜନିକ ଅବକାଶ ଘୋଷଣା କରିଛନ୍ତି । କୁହାଯାଉଛି କି ବ୍ରିଟିଶ ଇତିହାସରେ ଅନ୍ୟ ପ୍ରମୁଖ କାର୍ଯ୍ୟକ୍ରମ, ଯେମିତିକି ୧୯୯୭ରେ ରାଜକୁମାରୀ ଡାଏନାଙ୍କ ଅନ୍ତିମ ସଂସ୍କାର, ୨୦୧୨ରେ ଲଣ୍ଡନ ଅଲିମ୍ପିକ୍ସ ଓ ରାଜ ପରିବାରର ବିବାହ ଉତ୍ସବ ତୁଳନାରେ ମହାରାଣୀଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଏହାଠାରୁ ଅଧିକ ଜନତା ପହଞ୍ଚିପାରନ୍ତି ।

Comments are closed.