ଶୋଇବା ଘର ଦେଖାରଖା
ଭୁବନେଶ୍ୱର: ଶୋଇବା ଘରେ ଖଟ, ଗଦି ରହିବା ସ୍ୱାଭାବିକ କଥା । ହେଲେ ସେସବୁକୁ ସଫା କରିବା ଏତେ ସହଜ କଥା ନୁହେଁ । ମାସକୁ ଥରେ, ଦୁଇଥର ସୁବିଧା ଦେଖି ଖଟ ଗଦିକୁ ପରିଷ୍କାର କରନ୍ତୁ । ମାସମାସ ଧରି ଗଦି ସେହି ଗୋଟିଏ ସ୍ଥାନରେ ରହିବା କାରଣରୁ ଧୂଳିମଳି ଜମିବା ସହ ଛୋଟଛୋଟ ପୋକ ମଧ୍ୟ ହୋଇଥାଏ । ସହଜ ଉପାୟରେ ଗଦିକୁ ସଫା କରିବାର ଉପାୟ ଜାଣନ୍ତୁ ।
– ଭିନେଗାର ୨ ଚାମଚକୁ ଅଧ ବୋତଲ ପାଣିରେ ମିଶାଇ ଖଟ ଗଦି ଚାରିପାଖେ ସ୍ପ୍ରେ କରନ୍ତୁ । ଘଣ୍ଟାଏ କିମ୍ବା ଦୁଇ ଘଣ୍ଟା ଏମିତି ଛାଡିବା ପରେ ଗଦିକୁ ଖରାରେ ଶୁଖାଇବେ । ଗଦିରୁ ସବୁ ଜୀବାଣୁ ମରିଯିବେ ।
– ବେକିଂ ସୋଡା ଫାଉଡରକୁ ଗଦି ଉପରେ ,ତଳେ ଚାରିଆଡେ ପକାଇବେ । ୨ ଘଣ୍ଟା ଛାଡିବେ ପରେ ଗଦି ଉପରେ ଚାଦର ବିଛାଇ ଶୋଇବାପାରିବେ । ବେକିଂ ସୋଡାକୁ କାହାର ଆଲର୍ଜି ଥିଲେ ,ସେମାନେ ଏହି ଉପାୟ କରିବେ ନାହିଁ ।
– ଲୁଗା ସଫା ପାଉଡରକୁ ପାଣିରେ ମିଶାଇ ଗଦି ଚାରିପାଖରେ ସ୍ପ୍ରେ କରିଲେ ପୋକ କିମ୍ବା ଦୁର୍ଗନ୍ଧ ହୋଇଥାଏ ।
Comments are closed.