ନରସିଂହପୁରରେ ବାର୍ଷିକ ସାହିତ୍ୟ ଉତ୍ସବ ଅନୁଷ୍ଠିତ

ଆଠଗଡ(ସନ୍ତୋଷ ବଳବନ୍ତରାୟ) : ନରସିଂହପୁର ଲେଖକ ସାମ୍ମୁଖ୍ୟ ଆନୁକୁଲ୍ୟରେ ବାର୍ଷିକ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି | ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ସମେତ କବି ଦୁର୍ଯ୍ୟୋଧନ ବରାଳ, କବି ନିର୍ମଳ ଚନ୍ଦ୍ର ସୁର ଦେଓ, କମିଟି ଅଧ୍ୟକ୍ଷ ଅମିର ମାହୁନ୍ତ, ଶେଖ୍ ଖାଲିକ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସମ୍ପାଦକ ଦେବଦତ୍ତ ମଳୟ କୁମାର ବରାଳ, ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରୟୋଜକ ଗୟାଧର ସାହୁ ଓ କିଶୋର୍ କୁମାର ଜେନା ସହଯୋଗ କରିଥିଲେ। ଏହି ସାହିତ୍ୟ ଉତ୍ସବ କାର୍ଯ୍ୟକ୍ରମର ମୂଳ ଲକ୍ଷ ହେଉଛି ଓଡ଼ିଆ ଜାତି ପାଇଁ ଓଡିଶା ସମାଜରେ କି ଭଳି ଭାବେ ସାହିତ୍ୟ ର ପ୍ରସାର ପ୍ରଚାର ହେବ | ସେଥିପାଇଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଶହେ ରୁ ଅଧିକ କବି ଲେଖକ ଯୋଗଦେଇଥିଲେ | ସେମାନଙ୍କୁ ପୁଷ୍ପ ମାଲ୍ୟ ଓ ସମ୍ମାନ ପତ୍ର ସହ ଉତ୍ତରୀ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କବି ମାନେ ସେମାନଙ୍କର ନିଜ ଲେଖା କୁ ନିଜ ସ୍ୱର ରେ ଗାଇ ଶୁଣାଇଥିଲେ | ସବୁଠାରୁ ବଡ କଥା ହେଉଛି ଭାରତ ବାହାରେ ରହି ମଧ୍ୟ ଓଡିଶା ପାଣି ପବନକୁ ଭୁଲି ପାରୁନଥିବା ଜଣେ ସାହିତ୍ୟ ପ୍ରେମୀଙ୍କ ଉପସ୍ତିତି ସେଠାରେ ଦେଖିବାକୁ ମିଳିଥିଲା | ସେ ହେଉଛନ୍ତି ଚମ୍ପେଶ୍ୱର ଗ୍ରାମର ଯୁବ ଇଂଜିନିୟର ରାମ ସେବକ ବରାଳ | ସେ ଖାସ କରି ବାର୍ଷିକ ସାହିତ୍ୟ ଉତ୍ସବ ପାଇଁ ଭାରତ ବାହାରୁ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିଲେ |

Comments are closed.