ବିଧାୟକଙ୍କ ଦ୍ୱରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦ୍ଘାଟନ

ଜଟଣୀ(ସଞ୍ଜୀବ କୁମାର) : ଜଟଣୀ ପୌରପରିଷଦ ବାଛରା ଓ କୁଦିଆରୀ ଠାରେ ବହୁ ଉନ୍ନତି ମୂଳକ କାର୍ଯ୍ୟ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଦ୍ଵାରା ଉଦ୍ଘାଟନ କରାଯାଇଛି । କଂଗ୍ରେସ ନେତା ମନ୍ମଥ ରାଉତରାୟ ପୌରପରିଷଦର ପୂର୍ବତନ ଅଧ୍ୟକ୍ଷ ସଂଗ୍ରାମ ରାଉତରାୟ, ପୌରଯନ୍ତ୍ରୀ ଦୀପକ ରଥ ଆୟୋଜିତ ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ପୌରାଞ୍ଚଳ ଅଧିନସ୍ଥ ୱାର୍ଡ ନଂ୧୩ ବାଛରା ମେଳଣ ପଡିଆ ଠାରେ ମିନିପାର୍କ, ମଠ ସାହି ଶିଶୁ ଉଦ୍ୟାନ, ସୁନ୍ଦରା ସାହି ଶିଶୁ ଉଦ୍ୟାନ, ଜିମ ସ୍ଥଳ ଓ ଜଟଣୀ ପାଇକ ସଙ୍ଘର ଗୃହ ଶୁଭ ଉଦଘାଟନ କରିଛନ୍ତି । ଜଟଣୀ ପାଇକ ଆଖଡା କମିଟିର ସଭାପତି ଶ୍ରୀ କାଶୀନାଥ ନାୟକଙ୍କ ଦ୍ୱାରା ଉଦଘାଟନ କରାଯାଇଛି। ସେହିପରି କୁଦିଆରୀ 21,22 ନମ୍ବର ୱାର୍ଡରେ ମିଶନ ଶକ୍ତି ଘର ଓ ରନିଙ୍ଗ ଟ୍ରାକ
ଜାଗୁଳେଇ ସାହି ରାସ୍ତା, ରାସ୍ତା ର ନବୀକରଣ ଶୁଭ ଦିଆଯାଇଛି।ଏହି କାର୍ଯ୍ୟକ୍ରମକୁ କାଳନ୍ଦୀ ନାୟକ, ନଗର ସଭାପତି ଅଶୋକ ମଙ୍ଗରାଜ,ବିଧାୟକଙ୍କ ରାଜନୈତିକ ସଚିବ କଳିଙ୍ଗ ସାହୁ,ପାଇକ ଗୁରୁ କାଶୀନାଥ ନାୟକ, ମାନସ ମଙ୍ଗରାଜ, ଦିଲୁ ବଳିୟାରସିହଂ, ବିକ୍ରମ ମହାପାତ୍ର, ଆସରର ହୁସେନ, ବାଇନ ପ୍ରଧାନ, ତପୁ ସାମନ୍ତରାୟ, ସୂର୍ଯ୍ୟକାନ୍ତ ପ୍ରଧାନ, ପ୍ରଦୀପ ବରାଳ, ହରି ସୁବୁଧି,ଧନେଶ୍ୱର ମଙ୍ଗରାଜ, ରାଜେନ୍ଦ୍ର ମହାପାତ୍ର, ଚନ୍ଦ୍ରକାନ୍ତ ନାୟକ ଲଳିତେଶ୍ୱର ବରାଳ, ସୁଲୁରଥ, ପ୍ରଭାକର ବାରିକ ପ୍ରମୁଖ ଯୋଗ ଦେଇଥିଲେ.

Comments are closed.