ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରାଜକୃଷ୍ଣ ବୋଷଙ୍କ ୧୨୧ତମ ଜୟନ୍ତୀ ପାଳିତ
ସାଲେପୁର(ବିକ୍ରମ କେଶରୀ ବଳ) : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ସଂସ୍କୃତି ପ୍ରେମୀ ତଥା ଓଡ଼ିଶାର ପ୍ରଥମ ରାଜବନ୍ଧୀ ରାଜକୃଷ୍ଣ ବୋଷଙ୍କ ୧୨୧ ତମ ଜୟନ୍ତୀ ପାଳିତ | ଏହି ଅବସରରେ କଟକ ଜିଲ୍ଲା କିଶନନଗର ଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ଅନୁଷ୍ଠାନ ଓ ରାଜନୈତିକ ଦଳ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବିଜେପି ନେତା ଦିଲ୍ଲୀପ ମଲ୍ଲିକ, ଉତ୍କଳ ବିକାଶ ପରିଷଦର ସମ୍ପାଦକ ପ୍ରକାଶ ଚନ୍ଦ୍ର ସେଠୀ ଓ କିଶନନଗର ସାମାଜିକ ସଂଗଠନ ପୁଷ୍ପମାଲ୍ୟାର୍ପଣ କରି ତାଙ୍କ ଜନ୍ମସ୍ଥାନକୁ ସ୍ମାରକି ପିଠ ଭାବେ ଘୋଷଣା ପାଇଁ ଦାବି କରିଛନ୍ତି । ରାଜକୃଷ୍ଣ ବୋଷ କିଶନ ନଗର ଜଣେ ଦକ୍ଷ ଓ ଅଦ୍ୱିତୀୟ ନେତା ଥିଲେ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ ।
Comments are closed.