ଜନ୍ମଦିନ ପାଳିଲେ,ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଦେଲେ ବିଧାୟକ

କେନ୍ଦ୍ରାପଡା (ଧୀରେନ୍ଦ୍ର ମଲ୍ଲିକ) : ୧୬ ଡିସେମ୍ବର ଥିଲା ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଜନ୍ମଦିନ | ଏହି ଉପଲକ୍ଷେ ଧ୍ରୁବଙ୍କୁ ଦିନ ତମାମ ତାଙ୍କ ସମର୍ଥକ ମାନଙ୍କ ସଭେଛାବାର୍ତ୍ତା ମିଳିବା ସହିତ ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ମୁନିସିପାଲିଟି କଲ୍ୟାଣ ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା | ଯେଉଁଥିରେ ବିଧାୟକ ରାଜ୍ୟସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକର ଗୁଣଗାନ କରିବା ସହିତ ରାଜନଗର ଓ ପଟ୍ଟାମୁଣ୍ଡାଇ ଅଂଚଳର ବିକାଶ ଲାଗି ଅଂଚଳବାସୀଙ୍କୁ ୫୭୧ କୋଟି ଟଙ୍କାର ପ୍ରକଳ୍ପ ଭେଟି ଲାଗି କୃତଜ୍ଞତା ଦେଇଥିଲେ | ଏହି ଜିଲ୍ଲାର ସବୁଠୁ ଚର୍ଚିତ ରାଜନୈତିକ ଆସନ ରାଜନଗର ବିଧାନସଭା ଆସନ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ମୁଖ୍ୟମନ୍ତ୍ରୀ ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକ ଅଂଚଳର ବିକାଶପାଇଁ ପ୍ରାୟ ୫୭୧ କୋଟି ଟଙ୍କା ମଂଜୁର କରି ବିକାଶର ନୂଆ ଫର୍ଦ ଯୋଡ଼ିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜନଗର-ପଟ୍ଟାମୁଣ୍ଡାଇ ଅଞ୍ଚଳ ବାସୀଙ୍କ ପକ୍ଷରୁ କୃତଜ୍ଞତା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଜଣାଇଥିଲେ |

Comments are closed.