ପରିବାର ବର୍ଗଙ୍କୁ ଦିଆଯିବ ନାହିଁ ଆତଙ୍କବାଦୀଙ୍କ ଶବ, ସେନା ନିର୍ଦ୍ଦେଶ

ଆତଙ୍କବାଦୀଙ୍କ ପାଇଁ ଭାରତୀୟ ସେନା ପକ୍ଷରୁ କଠୋର ଆଇନ ଲାଗୁ କରାଯାଇଛି, ଯାହା ମାଧ୍ୟମରେ ଏଣିକି ତାଙ୍କ ମୃତ ଶରୀରକୁ ପରିବାର ବର୍ଗଙ୍କୁ ଦିଆଯିବ ନାହିଁ । ଏହା ଦ୍ୱାରା ଯୁବପିଢିକୁ ଆତଙ୍କବାଦୀଙ୍କ ଠାରୁ ଦୂରେଇ ରଖାଯାଇ ପାରିବ ବୋଲି ସେନା କହିଛି । ଆଗରୁ ଚାଲିଆସୁଥିବା ଶବ ଫେରସ୍ତ ଦାବୀ ଏବେ ବନ୍ଦ ହୋଇଯିବ ଓ ସେନାମାନେ ମୃତ ଶବକୁ ଅଜ୍ଞାତ ସ୍ଥାନରେ ପୋତି ଦେବେ ।
ସୂଚନାନୁସାରେ ଯଦି କୌଣସି ବଡ ଆତଙ୍କବାଦୀକୁ ସେନା ପକ୍ଷରୁ ନିହତ କରାଯାଉଛି ତେବେ ତାଙ୍କ ଶବ ଶୋଭାଯାତ୍ରାରେ ବହୁ ସଂଖ୍ୟକ ଯୁବପିଢି ଯୋଗ ଦେଉଛନ୍ତି, ଯାହାର ସୁଯୋଗ ନେଇ ଆତଙ୍କବାଦୀର ସଦସ୍ୟମାନେ ତାଙ୍କୁ ନିଜ ଦଳରେ ସାମିଲ କରିବାରେ ଲାଗୁଛନ୍ତି । ଏହା ବ୍ୟତିତ ବିଭିନ୍ନ ପ୍ରକାର ସୋସିଆଲ ମିଡିଆ ମୃତକଙ୍କ ଫଟୋ ଦେଇ ଯୁବପିଢିକୁ ନିଜ ଆଢକୁ ଆକର୍ଷିତ କରିବାରେ ଲାଗିପଡନ୍ତି ବୋଲି ଭାରତର ଗୁଇନ୍ଦା ବିଭାଗ ସୂଚନା ଦେଇଛି । ଏହି ପକ୍ରିୟା ପ୍ରାୟଃ ୨୦୧୦ ରୁ ଆରମ୍ଭ ହେବାରେ ଲାଗିଥିବା ବେଳେ ୨୦୧୮ରେ ୮୦ ଜଣ ଯୁବକ ଆତଙ୍କ ବାଦୀରେ ସାମିଲ ହୋଇଛନ୍ତି । ସେନାର ଏହି ପଦକ୍ଷେପ ଦ୍ୱାରା ଆତଙ୍କ ବାଦୀଙ୍କ ସଂଖ୍ୟା କମିବାର ଆକଳନ କରାଯାଉଛି ।

Comments are closed.