ବିବାହ ପାଇଁ ପ୍ରିୟକାଙ୍କ ମାଙ୍କୁ ଭେଟିଲେ ନିକ୍

ବଲିଉଡର ଆଗ ଧାଡିର ପ୍ରଶଂସିତ ନାୟିକା ଏବେ ହଲିଉଡରେ ବେଶ୍ ନିଜ ନାମ କମେଇବାରେ ଲାଗିଛନ୍ତି,ସେ ଆଉ କେହି ନୁହନ୍ତି ଆପଣଙ୍କ ମନ ପସନ୍ଦର ଅଭିନେତ୍ରୀ ପିୟଙ୍କା ଚୋପ୍ରା । ପ୍ରିୟଙ୍କା ଓ ନିକ୍ ଜୋନାଙ୍କ ପ୍ରେମ କାହାଣୀ ତ ଆପଣ ଆଗରୁ ଜାଣିଥିବେ, ତେବେ ସେମାନେ ନିଜର ପ୍ରେମ ସମ୍ପର୍କକୁ ଆଗକୁ ବଢାଇର ଯୋଜନାରେ ଲାଗିଛନ୍ତି । ଯେଉଁଥିପାଇଁ ନିକ୍ ଗତ ଶୁକ୍ରବାର ଦିନ ମୁମ୍ବାଇ ଆସି ପିୟକାଙ୍କ ମା ମଧୁ ଚୋପ୍ରା ଓ ଭାଇ ସିଧାର୍ଥ ଚୋପ୍ରାଙ୍କ ସହ ରାତ୍ରି ଭୋଜନରେ ଦେଖା କରିଛନ୍ତି । ପ୍ଲସ୍ ରେଷ୍ଟୁରାଣ୍ଟରେ ରାତ୍ରି ଭୋଜନରେ ସମସ୍ତେ ଖୁବ୍ ମଜା କରିବା ସହିତ ଫଟୋ ଉଠାଇ ବିଭିନ୍ନ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ତେବେ ଦେଖାଯାଉ ଏହି ଯୋଡି କେତେ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି !

Comments are closed.