ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିବ କେବେ ?

ଲୋକପ୍ରିୟ ଦେଶାତ୍ମବୋଧକ ସଙ୍ଗୀତ ରୂପେ ଗଣାଯାଉଥିବା ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ଏପର୍ଯ୍ୟନ୍ତ ରାଜ୍ୟ ସଙ୍ଗୀତର ମାନ୍ୟତା ଦିଆଯାଇନାହିଁ, ଯାହାକୁ ନେଇ ଲୋକଙ୍କ ମନରେ କ୍ଷୋଧ ଭାବ ସୃଷ୍ଟି ହୋଇଛି । ୧୯୯୦ ମସିହାରେ ଯେତେବେଳେ ବିଜୁ ବାବୁ ରାଜୁତି କରୁଥିଲେ ସେବେ ବାଚସ୍ପତି ଯୁଧିଷ୍ଠିର ଦାସଙ୍କ ନିର୍ଦ୍ଦେଶ କ୍ରମେ ଏହି ସଙ୍ଗୀତ ବିଧାନ ସଭାର ଶେଷରେ ବୋଲାଯାଇ ଆସୁଛି । କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଏହି ସଙ୍ଗୀତକୁ ସାରା ରାଜ୍ୟବାସୀ ସମ୍ମାନ ଦେଉଥିବା ବେଳେ ପ୍ରଶାସନ ଏହାକୁ ରାଜ୍ୟ ସଙ୍ଗୀତ ରୂପେ ଘୋଷଣା ନ କରି ହକି ପ୍ରତି ଏତେ ଉଦାର ଭାବ କଣ ପାଇଁ ଦେଖାଉଛନ୍ତି ? ହକିକୁ ଜାତୀୟ ଖେଳର ମାନ୍ୟତା ଦେବାକୁ ଯାଇ ରାଜ୍ୟ ସଙ୍ଗୀତକୁ ଭୁଲି ଯିବା ଏକ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି, ଯାହାର ପ୍ରତିବାଦ କରି “ଆମେ ଓଡିଆ ଅନୁଷ୍ଠାନ” ରାଜରାସ୍ତାକୁ ଓହ୍ଲାଇଛି । କଣ ଆମେ ସବୁ ଓଡିଶା ବାସୀ ମିଶି ”ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବାପାଇଁ ପ୍ରଚେଷ୍ଟା କରିପାରିବା ନାହିଁ ??

Comments are closed.