AC କୁ ୨୪ଂ C ତାପମାତ୍ରାରୁ ଅଧିକରେ ଚଲାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶ

ବୈଦ୍ୟୁତିକ ଶକ୍ତିକୁ ବଞ୍ଚାଇବା ପାଇଁ ଏସିର ସେଟିଙ୍ଗରେ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶକ୍ତି ମନ୍ତୀ ଆର କେ ସିଂହ । ଘରେ ହେଉ କି ଅଫିସ, କମ୍ପାନି ହେଉ କି ଅନୁଷ୍ଠାନ ସବୁଠି ଏସିର ତାପମାତ୍ରା ୨୪ଂ ସେଲସିଅସ୍ ରଖିବା ଦ୍ୱାରା ଶକ୍ତିର ସଂରକ୍ଷଣ ହୋଇପାରିବ । ସମସ୍ତେ ଏସିର ତାପମାତ୍ରା ବଢାଇବା ଦ୍ୱାରା ୬ % ବିଦ୍ୟୁତ୍ ବଞ୍ଚାଇ ପାରିବେ ବୋଲି ସିଂହ କହିଛନ୍ତି । ସାଧାରଣତଃ ମଣିଷ ଶରୀରର ତାପମାତ୍ରା ୩୬ ରୁ ୩୭ ସେଲସିଅସ୍ ଥିବା ବେଳେ ଯଦି ଏସିର ତାପମାତ୍ରା ୧୮ ରୁ ୨୧ ରୁହେ ତେବେ ଏହା ଶରୀରପ୍ରତି ହାନିକାରକ ବୋଲି କୁହାଯାଇଛି । ବିଶ୍ୱର ଅନେକ ଦେଶ ଯେପରି ଜାପାନ ତାର ତାପମାତ୍ରା ୨୮ଂ ସେଲସିଅସ୍ ରଖି ଶକ୍ତି ନିୟନ୍ତଣ କରିଛି । ଏହାକୁ ଆଖିରେ ରଖି ସିଂହ ଏହି ନିର୍ଦ୍ଦେଶ ଦେଇଛନ୍ତି ଯାହାଦ୍ୱାରା ଆଗାମୀ ପିଢିକୁ ବିଦ୍ୟୁତ୍ ପାଇଁ ସଂଘର୍ଷ କରିବାକୁ ପଡିବ ନାହିଁ ।

Comments are closed.