ଭୁବନେଶ୍ୱରରୁ ରାୟପୁରକୁ ବିମାନ ସେବା ଆରମ୍ଭ

ଭୁବନେଶ୍ୱରରୁ ରାୟପୁରକୁ ପ୍ରଥମ ଥର ପାଇଁ ଏୟାର ଓଡିଶା ପକ୍ଷରୁ ଆରମ୍ଭ ହୋଇଛି ସିଡ୍ୟୁଲ ବିମାନ ସେବା, ଯାହାର ଶୁଭାରମ୍ଭ କରିଛନ୍ତି ଭୁବନେଶ୍ୱର ବିମାନ ବନ୍ଦରର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା । ସର୍ବୋମୋଟ ୨୦ଟି ସିଟ୍ ଥିବା ଏହି ବିମାନରେ ପ୍ରଥମେ ୯ ଜଣ ଯାତ୍ରୀ ଯାତ୍ରା କରିଛନ୍ତି । ବିମାନଟି ଭୁବନେଶ୍ୱରରୁ ସକାଳ ୬ଟା ୧୦ ମିନିଟ୍ରେ ଉଡାଣ ଧରି ୭ଟା ୪୦  ରାୟପୁରରେ ପହଞ୍ଚିବ । ପୁଣି ରାୟପୁର ରୁ ୧୨ଟା ୧୫ରେ ଉଡାଣ ଧରି ଭୁମନେଶ୍ୱରରେ ୧ଟା ୪୦ରେ ପହଞ୍ଚିବ । ଯାତ୍ରୀମାନଙ୍କ ସୁବିଧା ଦେଖି ପ୍ରତି ଟିକଟକୁ ୪,୫୦୦ ଟଙ୍କାରେ ବିକ୍ରି କରାଯାଇଛି ।

Comments are closed.