ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ: ୨ ପୋଲିସକର୍ମୀ ସହିଦ

ଶ୍ରୀନଗର,୧୯ ।୨: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନେ ପୁଣି ଥରେ ପୋଲିସକର୍ମୀଙ୍କ ଉପରକୁ ଆକ୍ରମଣ କରିଛନ୍ତି । ବାରାଜୁଲ୍ଲା ଅଞ୍ଚଳରେ ଜଣେ ଆତଙ୍କବାଦୀ ହାତରେ ବନ୍ଧୁକ ଧରି ପୋଲିସକର୍ମୀଙ୍କ ଉପରକୁ ଗୁଳିବର୍ଷା ଆରମ୍ଭ କରିଥିଲା । ଏହି ଗୁଳିକାଣ୍ଡରେ ୨ ପୋଲିସ କର୍ମୀ ଆହତ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସହିଦ ଯବାନ ୨ ଜଣ ସୋହେଲ ଅହମଦ ଓ ମହମ୍ମଦ ୟୁସୁଫ ଜମ୍ମୁ-କାଶ୍ମୀର ଅଞ୍ଚଳର ପୋଲିସ ଥିଲେ । ଆକ୍ରମଣ ପରେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ତେବେ ପୋଲିସକର୍ମୀଙ୍କ ଉପରକୁ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଏଥିରେ ଜଣେ ଆତଙ୍କବାଦୀ ଏକେ-୪୭ ନେଇ ଆକ୍ରମଣ କରିଥିବା ନଜର ଆସିଛି । ଖାସ୍ କଥା ହେଉଛି କି, ଆତଙ୍କୀ ମାର୍କେଟ ଭିତରୁ ଆସି ପୋଲିସ କର୍ମୀଙ୍କୁ ଗୁଳି ଚଳାଇବା ସହ ଘଟଣାସ୍ଥଳରୁ ଗାଏବ ହୋଇଛି । ଆତଙ୍କବାଦୀକୁ ଚିହ୍ନଟ କରାଯାଉଛି । ଏହା ସହ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଚାଲିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

Comments are closed.