ଏଣିକି ଅନଲାଇନରେ ମାଟ୍ରିକ୍ ସାର୍ଟିଫିକେଟ୍

ଭୁବନେଶ୍ୱର, ୧୯ା୨: ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଖୁସି ଖବର । ଏଣିକି ଅନଲାଇନରେ ମିଳିବ ହାଇସ୍କୁଲ ପିଲାଙ୍କ ପ୍ରମାଣପତ୍ର ଓ ଦସ୍ତାବିଜ । ଏନେଇ ଟ୍ୱିଟ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବିଦ୍ୟାଳୟ ଶିକ୍ଷା ସଂସ୍କାର ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓକାକର ମିଳିତ ପ୍ରୟାସରେ ଏହାର ଆରମ୍ଭ କରାଯିବ ।

ସୂଚନାଯୋଗ୍ୟ ଯେ, କିଛିଦିନ ଧରି ସାର୍ଟିଫିକେଟ ଡିଜିଟାଲାଇଜେସନ୍ ନେଇ ଅନେକ ଚର୍ଚ୍ଚା ହେଉଥିଲା । ସାର୍ଟିଫିକେଟ ମିସିଂ କିମ୍ବା ନଷ୍ଟ ହେବାର ଭୟ ପୂର୍ବରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହୁଥିଲା । ନୂତନ ସାର୍ଟିଫିକେଟ ଆବେଦନ ପାଇଁ ଦୀର୍ଘସମୟ ଲାଗୁଥିଲା । ବର୍ତ୍ତମାନ ଏହି ପଦକ୍ଷେପ ଦ୍ୱାରା ଛାତ୍ରଛାତ୍ରୀ ନିଶ୍ଚିନ୍ତରେ ରହିବେ, କାରଣ ଅନଲାଇନ୍ ମିଳିଯିବ ସାର୍ଟିଫିକେଟ୍ ।

Comments are closed.