ଜେଲ ଭିତରୁ ଭିଡିଓ କଲରେ ଏମିତି କହିଲେ,,ବିଶ୍ବ ଆତଙ୍କବାଦୀ ଅବ୍ଦୁଲ୍‌ ରେହମାନ୍‌ ମକ୍କି

ଲାଡେନ୍‌ଙ୍କୁ କେବେ ଭେଟିନାହିଁ: ଜେଲ୍‌ରୁ ଭିଡିଓ ରିଲିଜ୍‌ କରି କହିଲେ
ଇସ୍‌ଲାମାବାଦ: ‘ଅଲ୍‌-କାଏଦା’ ଅଥବା ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ ସହିତ ଥିବା ସମ୍ପୃକ୍ତିକୁ ଅସ୍ବୀକାର କରି ଗୁରୁବାର ଦିନ ଲାହୋର୍‌ସ୍ଥିତ କୋଟ୍‌ ଲାଖପତ୍‌ ଜେଲ୍‌ରୁ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ‘ଲଶ୍କର୍‌-ଏ-ତୈବା’ର ଉପନେତା ଅବ୍ଦୁଲ୍‌ ରେହ୍‌ମାନ୍‌ ମକ୍କି ଏକ ଭିଡିଓ ରିଲିଜ୍‌ କରିଛନ୍ତି।

କିନ୍ତୁ, ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ‘ମାଷ୍ଟର୍‌ମାଇଣ୍ଡ୍‌’ ତଥା ‘ଜମାତ୍‌-ଉଦ୍‌-ଦାୱା’ର ହାଫିଜ୍‌ ସୟିଦଙ୍କ ଭିଣୋଇ ମକ୍କି ୧୬୬ଜଣ ଲୋକ ନିହତ ହୋଇଥିବା ୨୬/୧୧ ଆକ୍ରମଣ କଥା ଏହି ଭିଡିଓରେ ଉଲ୍ଲେଖ କରିନାହାନ୍ତି।

ସୂଚନାଯୋଗ୍ୟ, ଭାରତ ଓ ତା’ର ମିତ୍ର ରାଷ୍ଟ୍ରମାନଙ୍କର ବହୁ ବର୍ଷର ପ୍ରଚେଷ୍ଟା ଫଳରେ ସୋମବାର ଦିନ ଜାତିସଂଘ ନିରାପତ୍ତା ପରିଷଦ୍‌ର ‘୧୨୬୭ ଆଇଏସ୍‌ଆଇଏଲ୍‌’ ଏବଂ ‘ଅଲ୍‌-କାଏଦା ସାଙ୍କ୍‌ସନ୍‌ କମିଟି’ ୬୮ ବର୍ଷିୟ ମକ୍କିଙ୍କୁ ବିଶ୍ବ ଆତଙ୍କବାଦୀ ତାଲିକାଭୁକ୍ତ କରିଥିଲା।

ରିଲିଜ୍‌ କରିଥିବା ଭିଡିଓରେ ମକ୍କି କହିଛନ୍ତି, ମୋର ମନେହୁଏ ଶୁଣାକଥା ଓ ଭାରତ ସରକାର ପ୍ରଦାନ କରିଥିବା ବିଭ୍ରାନ୍ତିକର ସୂଚନା ଆଧାରରେ ମୋତେ ବିଶ୍ବଆତଙ୍କବାଦୀ ତାଲିକାଭୁକ୍ତ କରାଯାଇଛି। ମୁଁ କେବେ ଓସାମା ବିନ୍‌ ଲାଡେନ୍‌, ଅୟିମାନ୍‌ ଅଲ୍‌-ଜୱାହିରି ଅଥବା ଅବ୍ଦୁଲ୍ଲା ଆଜାମ୍‌ଙ୍କୁ ଭେଟିନାହିଁ। ଏହାଛଡ଼ା, ମୁଁ କେବେ କୌଣସି ଇସ୍‌ଲାମିକ୍‌ ବିଶ୍ବବିଦ୍ୟାଳୟରେ ପଢ଼ି ନାହିଁ କି, ଅଧ୍ୟାପନା କରିନାହିଁ। ଏ ସବୁ କେତେକ ପ୍ରଚାର ଉଦ୍ଦେଶ୍ୟରେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Comments are closed.