ରାଜ୍ୟରେ ମାର୍ଚ୍ଚରୁ ମେ’ ଭୀଷଣ ଖରା!

ଭୁବନେଶ୍ୱର, ୧ା୩: ଚଳିତ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ଓଡିଶାରେ ଭୀଷଣ ଖରା ହେବ । ପ୍ରବଳ ଖରା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉତ୍ତର, ଉତ୍ତର-ପଶ୍ଚିମ ଭାରତରେ ଭୀଷଣ ଖରା ଅନୁଭୂତ ହେବ । ପୂର୍ବ ଛତିଶଗଡ, ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ଭୀଷଣ ଖରା ହେବାର ସମ୍ଭାବନା ରହିଛି । କୋଙ୍କଣ, ଗୋଆ ଏବଂ ଉପକୂଳ ଆନ୍ଧ୍ରରେ ବି ପ୍ରବଳ ଖରା ହେବାର ସମ୍ଭାବନା ରହିଛି । ସ୍ୱାଭାବିକ ସର୍ବୋଚ୍ଚଠାରୁ ତାପମାତ୍ରା ଅଧିକ ରହିବାକୁ ନେଇ ପୂର୍ବାନୁମାନ କରାଯାଇଛି ।

ଏହା ସହ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ତାପମାତ୍ରା ବଢିବ । କିଛି ଜିଲ୍ଲାର ତାପମାତ୍ରାରେ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏନେଇ ଖୋର୍ଦ୍ଧା, କଟକ, ଅନୁଗୁଳ, ବୌଦ୍ଧ, ଯାଜପୁର ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । ସେହିପରି କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ନୟାଗଡ ପାଇଁ ସତର୍କ ସୂଚନା ଦିଆଯାଇଛି । ବାହାରକୁ ଯାଉଥିଲେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଆଇଏମଡି ।

Comments are closed.