ରୋଷେଇ ଘରକୁ ମହଙ୍ଗା ମାଡ, ପୁଣି ବଢିଲା ଏଲପିଜି ଦର

ଭୁବନେଶ୍ୱର, ୧ା୩: ମଧ୍ୟବିତ୍ତ ଲୋକଙ୍କ ପାଇଁ ବଢିଲା ଚିନ୍ତା । ପେଟ୍ରୋଏ-ଡିଜେଲ ସହ ବଢିଲା ରୋଷେଇ ଗ୍ୟାସ୍ ଦର । ଆଜି ସିଲିଣ୍ଡର ପିଛା ୨୫ ଟଙ୍କା ବଢିଛି । ଭୁବନେଶ୍ୱରରେ ଏଲପିଜି ସିଲିଣ୍ଡର ପିଛା ୮୪୫ ଟଙ୍କା ୫୦ ଟଙ୍କା ହୋଇଛି । ମାସେ ଭିତରେ ୩ ଥର ଦାମ୍ ବଢିଛି । ଡିସେମ୍ବର ମାସ ପରେ ଏଲପିଜି ସିଲିଣ୍ଡର ୨୨୫ ଟଙ୍କା ବଢିଛି । ଫଳରେ ଗ୍ରାହକମାନଙ୍କ ମଧ୍ୟରେ ନୂଆ ଦରକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ଦେଖିବାକୁ ମିଳୁଛି । ସବସିଡି ବାବଦରେ ଖାତାକୁ ମାତ୍ର ୧୩ ଟଙ୍କା ୯୫ ପଇସା ଆସୁଛି ।

ତେବେ ରାଜଧାନୀ ଦିଲ୍ଲୀରେ ୧୪.୨ କେଜିର ଏଲପିଜି ଗ୍ୟାସ ସିଲିଣ୍ଡର ଦର ୭୯୪ରୁ ବଢ଼ି ୮୧୯ ହୋଇଯାଇଛି। ମୁମ୍ବାଇରେ ୮୧୯, କୋଲକାତାରେ, ୮୪୫ ଓ ଚେନ୍ନାଇରେ ୮୩୫ ଟଙ୍କା ହୋଇଥିବା ଜଣାପଡ଼ିଛି।

Comments are closed.