ଟିମ୍ ରାଉରକେଲା ପକ୍ଷରୁ ବନ ମହୋତ୍ସବ ପାଳିଲେ ଯୁବପିଢ଼ି

ପରିବେଶର ସନ୍ତୁଳନ ଦିନକୁ ଦିନ ବିଗିଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ରାଉରକେଲାର ଯୁବପିଢିମାନେ ଏକତ୍ର ହୋଇ ଟିମ୍ ରାଉରକେଲା ସଂଘଠନ ଦ୍ୱାରା ବନ ମହୋତ୍ସବ ପାଳନ କରିଛନ୍ତି । ଏନେଇ ରାଉଲକେଲା ସ୍ଥିତ ସରକାରୀ ହସ୍ପିଟାଲ ପରିସରରେ ଔଷଧୀୟ ବୃକ୍ଷ ଲଗାଇବା ସହ ପ୍ରତିଦିନ ବୃକ୍ଷାରୋପଣ କରିବା ପାଇଁ ସଂଘ ପକ୍ଷରୁ ସଂକଳ୍ପ ନିଆଯାଇଛି । ସଂଘର ସଦସ୍ୟ ବିଶ୍ୱ ରଞ୍ଜନ ନାୟକ, ମନୋଜ ପଟ୍ଟନାୟକ, ନରେନ୍ଦ୍ର ସାମଲ ଏବଂ ଆହୁରି ଅନେକ ସଦସ୍ୟଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଂଘ ମାଧ୍ୟମରେ ହସ୍ପିଟାଲ ପରିସରରେ ବନ ମହୋତ୍ସବ ପାଳନ କରିବା ସହିତ ପ୍ରାୟ ୫୦ରୁ ଅଧିକ ଔଷଧୀୟ ବୃକ୍ଷ ରୋପଣ କରିଥିବାର ସୂଚନା ମିଳିଛି । ରାଉରକେଲା ସହରକୁ ସବୁଜ ସୁନ୍ଦର କରିବା ଆଶାରେ ଲୋକମାନଙ୍କୁ ପ୍ରତ୍ୟେହ ବୃକ୍ଷରୋପଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଉପସ୍ଥିତ ଥିବା ଯୁବପିଢି ।

Comments are closed.