ଇରାନର ଭାରତ ପ୍ରତି ରୋଷ

ସାମରିକ ରୁପରେ ମହତ୍ୱପୂର୍ଣ୍ଣ ଚାବହର ବନ୍ଦର ପାଇଁ ଦେଇଥିବା ପ୍ରତିଶ୍ରୁତି ପରେ ମଧ୍ୟ ନିବେଶ ନ କରିବା ସକାଶେ ଇରାନ ଏକ ଆଲୋଚନାରେ ଭାରତ ଉପରେ ଆଙ୍ଗୁଠି ଦେଖାଇ କହିଛି ଯେ ଯଦି ଭାରତ ତେଲ ଆମଦାନି କମ କରେ ତା’ହେଲେ ତାକୁ ମିଳୁଥିବା ସମସ୍ତ ସୁବିଧା ବନ୍ଦ କରିଦିଆଯିବ ।
ଇରାନର ଉପରାଜଦୁତ ତଥା ଚାର୍ଜ ଡି ଅଫେୟର୍ସ ମସୁଦ ରଜବାନିଅନ୍ ରହଗି କହିଛନ୍ତି ଯେ ଯଦି ଭାରତ ସାଉଦି ଆରବ, ରୁଷିଆ, ଇରାକ ଓ ଆମେରିକା ଠାରୁ ତେଲ ଆମଦାନି କରେ ତେବେ ଇରାନ ପକ୍ଷରୁ ଭାରତକୁ ମିଳୁଥିବା ସମସ୍ତ ସୁବିଧାରେ ରୋକ ଲଗାଯିବ । ସେ ଆହୁରି କହିଛନ୍ତି ଯେ, “ଏହା ଅତ୍ୟନ୍ତ ଦୁଃଖର କଥା ଯେ ଚାବହର ବନ୍ଦର ଓ ଏଥିଲାଗି ଥିବା ସମସ୍ତ ଯୋଜନା ପାଇଁ କରାଯାଇଥିବା ପ୍ରତିଶ୍ରୁତି ଏବେ ଯାଏ ଭାରତ ପୁରଣ କରି ନାହିଁ । ଯଦି ଭାରତ ଚାବହର ବନ୍ଦର ପକ୍ଷରୁ ସାମରିକ ଭାଗିଦାରି ଚାହୁଁଛି ତେବେ ଏଥିଲାଗି ସେ ଖୁବ୍ ଶୀଘ୍ର ଜରୁରି କାର୍ଯ୍ୟ କରୁ ।”

Comments are closed.