୫ରୁ ୮ ବର୍ଷର ୫୯ ପିଲା ୫ ଘଣ୍ଟା ଯାଏ ବିଦ୍ୟାଳୟର ବେସମେଣ୍ଟରେ ବନ୍ଦ
ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ଅଭାବନିୟ ଘଟଣା । ବଲ୍ଲିମରାନ୍ ସ୍ଥିତ ରାବିଆ ବାଳିକା ବିଦ୍ୟାଳୟର ୫ରୁ ୮ ବର୍ଷ ବୟସର ୫୯ଟି ପିଲାଙ୍କୁ ବିଦ୍ୟାଳୟର ବେସମେଣ୍ଟରେ ୫ ଘଣ୍ଟା ଧରି ବନ୍ଦ ରଖାଯାଇଥିଲା । ଅଭିଭାବକମାନେ ଦି ୧୨.୩୦ରେ ପିଲାମାନଙ୍କୁ ନେବା ପାଇଁ ଆସିଥିବାବେଳେ ପିଲାମାନେ ଶ୍ରେଣୀ ନ ଥିବା ଦେଖି ଶିକ୍ଷକଙ୍କୁ ଏ ବାବଦରେ ପଚରାଉଚୁରା କରିଥିଲେ । ଶିକ୍ଷକମାନେ କହିଥିଲେ ଯେ ପିଲାମାନେ ସ୍କୁଲ୍ ଫିସ୍ ନ ଦେଇଥିବାରୁ ତାଙ୍କର ଆଟେନ୍ଡାନ୍ସ ପଡ଼ି ନାହିଁ ଓ ସେମାନଙ୍କୁ ବେସମେଣ୍ଟ ରଖାଯାଇଛି । ପ୍ରଧାନଶିକ୍ଷୟିତ୍ରୀ ଫରାହ ଦିବା ଖାନଙ୍କ ଅନୁମତି ଏପରି କାର୍ଯ୍ୟ କରାଯାଇଥିବା ସେମାନେ କହିଥିଲେ । ୫୯ ଜଣ କୁନି କୁନି ପିଲା ବେସମେଣ୍ଟ ବିନା ପଙ୍ଖାରେ ଭୂଇଁରେ ବସିଥିଲେ । ସେମାନଙ୍କୁ ଖାଇବା ଓ ପିଇବାକୁ ମଧ୍ୟ ଦିଆଯାଇନଥିଲା । ଏପରିକି ସେମାନଙ୍କୁ ସୌଚାଳୟକୁ ମଧ୍ୟ ଛଡ଼ାଯାଇନଥିଲା । ଅଭିଭାବକଙ୍କ କହିବା ଅନୁଯାୟୀ ସେମାନେ ସେପ୍ଟେମ୍ବର ଯାଏ ଫିସ୍ ଭରିସାରିଛନ୍ତି । ଏଥିପାଇଁ ତାଙ୍କ ପାଖରେ ପ୍ରମାଣ ଥିବା ସେମାନେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଏ ମାମଲାକୁ ଗୁରୁତର ସହ ନିଆଯାଇଛି । ଏଥିପାଇଁ କଡ଼ା କାର୍ଯ୍ୟନୁଷ୍ଠାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଟ୍ୱିଟ୍ ଯୋଗେ କହିଛନ୍ତି ।
Comments are closed.