କପଡାରେ ବନ୍ଧା ହେଲା ରେଲୱେ ଟ୍ରାକ୍

ରେଳବାଇ କର୍ମଚାରୀଙ୍କ ଦ୍ୱାରା ରେଲୱେ ଟ୍ରାକର ସଂଯୋଗରେ ବନ୍ଧା ଗଲା କପଡା, ଯାହାକି ଭାଇରାଲ ହେବା ପରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ କେନ୍ଦ୍ର ରେଳବାଇ ସଫେଇ ଦେଇ କହିଛି କି କପଡା କେବଳ ଚିହ୍ନ ରୂପେ ଦିଆଯାଇଛି, ଯାହାକି ସମ୍ପୂର୍ଣ୍ଣ ରୂପେ ମିଥ୍ୟା । ରେଳ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ମୁମ୍ବାଇର ସୁବୁରବାନ୍ ଗୋବାନ୍ଦି ଓ ମନଖୁରଦ୍ ଷ୍ଟେସନ ମଧ୍ୟସ୍ଥ ବନ୍ଦର ଲାଇନ ଟ୍ରାକରେ ସୃଷ୍ଟି ହୋଇଥିବା ଭଗ୍ନାବସ୍ଥାକୁ ଅଧ ଘଣ୍ଟା ଧରି ସଜଡା ଚାଲିଥିଲା । ପୂର୍ବରୁ ରେଳବାଇ କର୍ତ୍ତୃପକ୍ଷ ଏହି ଭଗ୍ନ ଟ୍ରାକକୁ କପଡା ଦ୍ୱାରା ଗୁଡାଇ ରଖିଥିଲେ, ଯାହାର ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରେଳବାଇର ଏପରି କାର୍ଯ୍ୟକୁ ଜନସାଧାରଣ ନିନ୍ଦା କରିବା ସହିତ ଘଟଣାର ଯାଞ୍ଚ କରିବା ପାଇଁ ଦାବି କରିଛନ୍ତି ।

Comments are closed.