ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ତରଭା ତହସିଲଦାର

ସୁବର୍ଣ୍ଣପୁର, କଲ୍ଯାଣ ନାଏକ : ଗତକାଲି ସଂନ୍ଧ୍ଯାରେ ତରଭା ତହସିଲଦାର ନିଜ ସରକାରୀ ବାସଭବନରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଜେଲ ଯାଇଥିବା ଘଟଣା ଅଞ୍ଚଳରେଚର୍ଚ୍ଚା ବିଷୟ ହୋଇଛି । ସୂଚାନୁସାରେ ତହସିଲଦାର ସୁବ୍ରତ ବେହେରା ଏକ ଜମି ରେଜିଷ୍ଟ୍ରେସନ ବାବଦକୁ ଓକିଲ କାହ୍ନୁଚରଣ ଦାସଙ୍କ ଠାରୁ ପୂର୍ବ ଜୋଜନା ମୁତାବକ 20000 ଟଙ୍କା ଲାଞ୍ଚ ନେଇଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ସମ୍ବଲପୁର ଡି ଏସ ପି ଦାଶରଥୀ ସେଠୀ ଙ୍କ ନେତୃତ୍ଵରେ ଭିଜିଲାନ୍ସ ଟିମ ରେଡ କରି ତହସିଲଦାର ଙ୍କୁ ଗିରଫ କରି ସୋନପୁର ନେଇଯାଇଥିଲେ । ପରେ ସକାଳ ସମୟରେ ବଲାଙ୍ଗୀର ଭିଜିଲାନ୍ସ କୋର୍ଟ ରେ ହାଜର କରିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି । ପ୍ରକାଶ ଥାଉକି ତହସିଲଦାର ସୁବ୍ରତ ବେହେରା ତରଭା ତହସିଲ ରେ ଯୋଗଦାନ କରିବାର 2/3 ମାସ ହୋଇଥିବାବେଳେ ତାଙ୍କ ନାମ ରେ ଅନେକ ଅଭିଯୋଗ ଆସୁଥିଲା । ବିଶେଷ କରି ଟ୍ରାକ୍ଟର ମାନଙ୍କଠାରୁ ବହୁ ଅର୍ଥ ରୋୟଲଟି ବାବଦରେ କଲେକସନ କରୁଥିବା ତଥା ରେଜିଷ୍ଟ୍ରେସନ୍ ନିମନ୍ତେ ଅର୍ଥ ଯୋଗାଡ କରୁଥିବା ନେଇ ତହସିଲଦାରଙ୍କ ନାମରେ ଲୋକେ ଅଭିଯୋଗ କରିଥିଲେ ।

Comments are closed.