ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଢେଙ୍କାନାଳ, ନିହାର ରଞ୍ଜନ ସାହୁ : କଙ୍କଡ଼ାହାଡ଼ ଥାନା ଖରଖରି ଗ୍ରାମର ୫ ବର୍ଷର ଶିଶୁକୁ ଦୂଷ୍କର୍ମ ପରେ ହତ୍ୟା ଘଟଣାର ପର୍ଦାଫାସ କରିଛି ପୋଲିସ। ମୁଖ୍ୟ ଅଭିଯୁକ୍ତ ଯାଜପୂର ଜିଲ୍ଲା କାଳିଆପାଣି ଗ୍ରାମର ଶଙ୍କର୍ଷଣ ଦେହୁରିକୁ ଗିରଫ କରାଯାଇଥିବା ନେଇ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଲେ କାମାକ୍ଷାନଗର SDPO। ସୂଚନା ଅନୁସାର ଗତ ଗୁରୁବାର ଦିନ ଖରଖରି ଗ୍ରାମର ହାଟ ପାଖ ମାରାମ୍ବୁରୁ ନାଳରେ କେହି ଦୁର୍ବୁତ୍ତ ଗାଁର ବିକ୍ରମ ସୋରେନଙ୍କ ୫ ବର୍ଷର ଝିଅକୁ ଦୁଷ୍କର୍ମ ପରେ ନିର୍ମମ ଭାବରେ ହତ୍ୟା କରି ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ଗତ ଶୁକ୍ରବାର ଦିନ ସ୍ଥାନୀୟ ଲୋକେ ୫ ବର୍ଷର ଶିଶୁକନ୍ୟାର ଶବ ମାରାମ୍ବୁରୁ ନାଳରେ ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ,କଙ୍କଡ଼ାହାଡ଼ ଥାନା ଅଧିକାରୀ ଆଶିଷ ଜେନା ଓ ସାଇଣ୍ଟଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏହାକୁ ନେଇ ସ୍ଥାନିୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ପରବର୍ତ୍ତି ସମୟରେ ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିଲା ପୋଲିସ। ଶେଷରେ ମୁଖ୍ୟ ଅଭିଯୁକ୍ତ କାଳିଆପାଣି ଗ୍ରାମର ଶଙ୍କର୍ଷଣ ଦେହୁରୀକୁ କଙ୍କଡାହାଡ଼ ପୋଲିସ ଗିରଫ କରଛି।

 

Comments are closed.