ଚାଲିଗଲେ ସୁବୋଧ !!
ଭୁବନେଶ୍ୱର : ଆଉ ନାହାଁନ୍ତି ବରିଷ୍ଠ କ୍ୟାମେରାମ୍ୟାନ ସୁବୋଧ ପାଣିଗ୍ରାହୀ । ହୃଦଘାତରେ ତାଙ୍କର ମାତ୍ର ୫୩ବର୍ଷ ବୟସରେ ପରଲୋକ ଘଟିଛି । ଅତ୍ୟନ୍ତ ମେଳାପି ଏବଂ କର୍ତବ୍ୟନିଷ୍ଠ ସୁବୋଧ ମଙ୍ଗଳବାର ନିଜ ଡ୍ୟୁଟି ସାରି ଘରକୁ ଫେରିବା ପରେ ଏଭଳି ଅଘଟଣ ଘଟିଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସୁବୋଧଙ୍କ ଦେହାନ୍ତରେ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି । ନିଜର କାର୍ଯ୍ୟ କରିବାର ଶୈଳୀ ଓ କାର୍ଯ୍ୟ ଦକ୍ଷତା ପାଇଁ ସେ ସମସ୍ତଙ୍କର ଅତି ପ୍ରିୟ ହୋଇପାରିଥିଲେ |
ସୋସିଆଲ ମିଡିଆ ଫେସବୁକରେ ସୁବୋଧ ପ୍ରତିଦିନ ଏକ ଫଟୋ ପୋଷ୍ଟ କରି ସହକର୍ମୀଙ୍କ ଗହଣରେ ଚର୍ଚ୍ଚାରେ ରହୁଥିଲେ । ହକି ଖେଳ କଭର କରିବାକୁ ସେ ଭଲ ପାଉଥିବାରୁ, ନିଜ ପ୍ରୋଫାଇଲ କଭର ଫଟୋରେ କଳିଙ୍ଗ ଷ୍ଟାଡିୟମର ହକି ଗ୍ରାଉଣ୍ଡ ଫଟୋ ରଖିଛନ୍ତି । ମୃତ୍ୟୁ ପୂର୍ବରୁ ସୁବୋଧଙ୍କ ଶେଷ ଫଟୋ ପୋଷ୍ଟରେ ସେ ଏକ କ୍ୟାପସନ୍ ମଧ୍ୟ ଦେଇଥିଲେ । ଯେଉଁଥିରେ ସେ ଲେଖିଛନ୍ତି “ମୁଁ ମୋ ଶତ୍ରୁଙ୍କୁ ବି ଭଲ ପାଏ” |
Comments are closed.