ବୁର୍ଲା ସହରକୁ ଫେରିଲା କଣ୍ଟେନମେଣ୍ଚ ଜୋନ

ସମ୍ବଲପୁର (ତୁଷବନ୍ତ ଯୋଶୀ) : ପୁଣି ବୁର୍ଲା ସହରକୁ ଫେରିଲା କଣ୍ଟେନମେଣ୍ଚ ଯୋନ । ବୁର୍ଲା ଭୀମସାରରେ କରୋନା ସଂକ୍ରମଣ ଗତ ଦୁଇ ଦିନ ମଧ୍ୟରେ ଦୃତଗତିରେ ବୃଦ୍ଧି ପାଇବାରୁ ଏଥିପାଇଁ ବଡ ପଦକ୍ଷେପ ଗ୍ରହଣ କରିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ | ବୁର୍ଲା ସହର ଭିମସାରରେ ସଂକ୍ରମିତ ଚିହ୍ନଟ ହୋଇଥିବା ସମସ୍ତ ହଷ୍ଚେଲକୁ ସାନିଟାଇଜ କରିବା ସହ 5ଟି ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଚ ଜୋନ ଘୋଷଣା କରିଛନ୍ତି ସମ୍ବଲପୁର ଜିଲ୍ଲାପାଳ ସୁଭମ ସକସେନା | ସମ୍ବଲପୁର ଜିଲ୍ଲାପାଳ ଏନେଇ ଏକ ସ୍ୱତନ୍ତ୍ର ନିର୍ଦେଶନାମା ଜାରି କରିଛନ୍ତି । ପ୍ରଶାସନ ପକ୍ଷରୁ ଭିମସାରର ସାବିତ୍ରି, ଗାର୍ଗୀ, ଚରକ, ଭୃଗୁ ଏବଂ ପତଂଜଳି ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଚ ଜୋନ ଘୋଷଣା କରାଯାଇଛି । ଏହା ସହ ଛାତ୍ର ଛାତ୍ରୀ ରହୁଥିବା ହଷ୍ଠେଲ ଗୁଡିକୁ ବିଶୋଧନ ମଧ୍ୟ କରାଯାଉଛି । ସେହିପରି ଷ୍ଟାଫ କ୍ୱାଟର, ଆପାଲା ଛାତ୍ରୀ ନିବାସ, ଅତ୍ରିୟ, ବିଶ୍ୱାମିତ୍ର, ଏବଂ ମାର୍କଣ୍ଡେୟ ଛାତ୍ରାବାସ ବୋଫର ଜୋନ ମଧ୍ୟରେ ରହିଛି |

Comments are closed.