ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ – ୩ମାସ ମଧ୍ୟରେ ନିୟମିତ କର !!

ଭୁବନେଶ୍ୱର : ଠିକା ଡ଼ାଟାଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଆଉଟସୋସିଂରେ ୪ଟି ବିଭାଗରେ କାର୍ଯ୍ୟରତ ଡ଼ାଟାଏଣ୍ଟ୍ରି ଅପରେଟର ,ଲୋକାଲ ଫଣ୍ଡ ଅଡ଼ିଟ୍‌,ସବରେଜିଷ୍ଟ୍ରିରେ କାର୍ଯ୍ୟରତ ଡ଼ାଟାଏଣ୍ଟି ଅପରେଟର,ଲୋକସେବା ଭବନ ଓ ଗୋପବନ୍ଧୁ ଏକାଡ଼େମୀରେ କାର୍ଯ୍ୟରତ ଡ଼ାଟାଏଣ୍ଟ୍ରି ଅପରେଟର ଆଦିଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ ।
ନିର୍ଦ୍ଦେଶ ଅନୁସାରେ ୩ମାସ ମଧ୍ୟରେ ନିୟମିତ ସହ ସମସ୍ତ ସୁବିଧା ଦିଆଯିବ । କେବଳ ଏତିକି ନୁହେଁ ଠିକା କର୍ମଚାରୀଙ୍କୁ ନେଇ ଥିବା ମାପଦଣ୍ଡରେ ନିୟମିତ ପାଇଁ ମଧ୍ୟ ନିର୍ଦ୍ଦେଶ ଆସିଛି । ୪ ଭାଗରେ କାର୍ଯ୍ୟରତ ୧୫ଶହରୁ ଅଧିକ ଥିବା ଠିକା କର୍ମଚରୀ ଏହା ଦ୍ୱାରା ଉପକୃତ ହେବେ |

Comments are closed.